Home ଜିଲ୍ଲା ପରିକ୍ରମା ଜିଲ୍ଲା କୃଷିବିଭାଗ ର ଜ୍ଞାତସାରରେ ଚାଲିଛି ସାର ଓ କୀଟନାଶକ ଔଷଧର କଳା ବଜାର, ନକଲି...

ଜିଲ୍ଲା କୃଷିବିଭାଗ ର ଜ୍ଞାତସାରରେ ଚାଲିଛି ସାର ଓ କୀଟନାଶକ ଔଷଧର କଳା ବଜାର, ନକଲି ସାର ଓ କୀଟନାଶକ ଔଷଧ ଜବତ ସତ୍ୱେ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ତଦନ୍ତ ଦାବି

140

ବଲାଙ୍ଗୀର, ୧୬-୦୯, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଚଳିତ ବର୍ଷ ଖରୀଫ ଚାଷ ପାଇଁ ଅବଶ୍ୟକ ୟୁରିଆ ସାର ଚାଷୀ ପାଇ ନ ପାରୁଥିବା ବେଳେ ଖୋଲା, ଖୋଲି ଭାବେ ଚଢା ଦର ରେ କଳା ବଜାର ହେଉଥିବା ବଲାଙ୍ଗୀର ଜିଲ୍ଲା ଜନସେବା ସଙ୍ଘ ତରଫରୁ ଅଭିଯୋଗ କରାଯାଇଛି। ପ୍ରକାଶ ଯେ, ଜିଲ୍ଲା ର ଚାଷୀ ଙ୍କ ଆବଶ୍ୟକତା ପରିମାଣରେ ସାର ତଥା କୀଟନାଶକ ଔଷଧ ଯୋଗାଇଦେବା ନେଇ ଜିଲ୍ଲା କୃଷି ବିଭାଗ ବିଫଳ ହୋଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଆସିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ଜନସେବା ସଙ୍ଘ ଅଭିଯୋଗ କରିଛି। ଏପରି କି ଜିଲ୍ଲା କୃଷି ବିଭାଗ ଅଧିକାରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଙ୍କ ସମ୍ପୂର୍ଣ୍ଣ ଜ୍ଞାତସରରେ ଜାଣି ଶୁଣି ଏପରି କଳା ବଜାର ହୋଇଚାଲିଥିବା ନେଇ ତଦନ୍ତ ଦାବି କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ମାସରେ ଖପ୍ରାଖୋଲ ରେ ଏକ ନକଲି କୀଟନାଶକ କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ଉକ୍ତ ବେଆଇନ କାରଖାନା ରୁ ବିପୁଳ ପରିମାଣରେ କୀଟନାଶକ ବାଲଟି ସବୁ ଜବତ କରାଯାଇଥିବା ବେଳେ ସମ୍ପୃକ୍ତ କାରଖାନା ଚଳାଉଥିବା ମାଲିକ ଓ ଅନ୍ୟ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣାଯାଇଛି। ଏପରି କି ଉକ୍ତ କାରଖାନା ବର୍ତ୍ତମାନ ଗୋପନ ରେ ଚାଲୁଥିବା ଅଭିଯୋଗ ହେଉଛି। ସେହିପରି ଇତି ମଧ୍ୟରେ ଟିଟିଲାଗଡ଼ ରେ ନକଲି ସାର ଓ କୀଟନାଶକ ବିକ୍ରି ହେବା ନେଇ ବିଭାଗୀୟ ଅଧିକାରୀ ଚଢ଼ାଉ କରି ଜବତ କରିବା ସତ୍ତ୍ୱେ ଅଭିଯୁକ୍ତ ଙ୍କ ବିରୋଧ ରେ କୌଣସି ପ୍ରକାର କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏପରି କି ଗତ ସୋମବାର ଦିନ ଏକ ଟ୍ରକ ୟୁରିଆ ସାର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରୁ ମୁରିବାହାଲ କୁ ପ୍ରେରଣ କରାଯାଇଛି। ସେ ନେଇ ବିଭାଗୀୟ କୃଷି ଅଧିକାରୀ ଙ୍କୁ ପଚାରିବାରୁ ସେ ମୋତେ ଆଜି ଗୋଟିଏ ଦିନ ସମୟ ଦିଅନ୍ତୁ ମୁଁ କଲି ସବିଶେଷ ତଥ୍ୟ ପ୍ରଦାନ କରିବି ବୋଲି କହିଛନ୍ତି। ଜିଲ୍ଲା ଡି, ଓ ଦାଇତ୍ୱ ରେ ଥାଇ କେତେ ସାର ଓ କୀଟ ନାଶକ ଔଷଧ ଆସିଛି ଓ କେତେ ଆବଶ୍ୟକ ସୂଚନା ଦେଇ ନ ପରିବା ଓ କଳା ବ୍ୟବସାୟୀ ଙ୍କ ବିରୋଧ ରେ ଜାଣି, ଶୁଣି ନୀରବ ରହିବା ସନ୍ଦେହ ସୃଷ୍ଟି କରିଛି। ପ୍ରକାଶ ଯେ, ଗୋଟିଏ ପରିବାର ର ଚାରି ଜଣ ରୁ ନେଇ ପାଞ୍ଚ ଜଣ ଙ୍କ ନାମ ହୋଲସେଲର ଭାବେ ତାଲିକା ଭୁକ୍ତ ଥିବା ହେଲେ ଦୋକାନ ନ ଥିବା ଓ ସରକାରୀ ପି ଓ ଏସ ମ୍ୟାସିନ ମାନ ଯୋଗାଣ ନେଇ ସ୍ପଷ୍ଟ ପ୍ରମାଣିତ ଯେ ଜିଲ୍ଲା ରେ କିପରି ଦୁର୍ନୀତି ଓ କଳା ବଜାର ଚାଲିଛି। ଏ ସବୁ ଦୁର୍ନୀତି ବିରୋଧରେ ଜନସେବା ସଙ୍ଘ ତରଫରୁ ସ୍ୱତନ୍ତ୍ର ଭାବେ ଯଥା ଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦୃଢ଼ ଦାବି ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.