Home କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୧ ଲିଟର ଚୋର ମଦ ଜବତ

ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୧ ଲିଟର ଚୋର ମଦ ଜବତ

35

କେନ୍ଦ୍ରାପଡା, ୨୪/୦୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜିଲ୍ଲା ଅବକାରୀ ବିାଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୧ ଲିଟର, ୮୦ ମିଲି- ଲିଟର ଚୋରା ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ବାସନ୍ତୀ ପ୍ରଭା ନାୟକଙ୍କ ନିର୍ଦେଶ କ୍ରମେ ଅବକାରୀ ସବ୍ଇନିସପେକ୍ଟର ସରୋଜ କୁମାର ବାଗ୍ଙ୍କ ନେତୃତ୍ୱରେ ଚଢାଉ କରାଯାଇ ଗୁରୁବାର ସଦର ଥାନା ଅନ୍ତର୍ଗତ ହରିଅଙ୍କ ଗ୍ରାମର ଖଗେଶ୍ୱର ମଳିକଙ୍କ ପୁଅ, ଦୋଳ ଗୋବିନ୍ଦ ମଳିକ (୩୨), ଙ୍କ ଠାରୁ ୨ ଲିଟର ୨୦୦ ମିଲି- ଲିଟର ଆସ୍କା ଫଟି, ୩ ଲିଟର ୧୫୦ ମିଲି ଲିଟର ବିଅର୍ ଓ ୭୨୦ ମିଲି ଲିଟର ହ୍ୟୁସକି, ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ସେହିପରି ପାଟକୁରା ତାନା ଅନ୍ତର୍ଗତ କାବିଲପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ କିଶୋର ନାୟକ (୨୭) ଙ୍କ ଠାରୁ ୧ ଲିଟର ୯୫୦ ମିଲି ଲିଟର ବିଅର୍, ୨ ଲିଟର ୧୬୦ ମିଲି ଲିଟର ରମ୍ ଓ ୯୦୦ ମିଲି ଲିଟର ହ୍ୟୁସକି ଜବତ କରାଯାଇ ତାଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ଅବକାରୀ ବିଭାଗର କନେଷ୍ଟବଳ, ସୁନିଲ କୁମାର ମିଶ୍ର, ଜଗନ୍ନାଥ ବେସ୍ରା, ଧର୍ମେନ୍ଦ୍ର ପ୍ରଧାନ, ମହିଳା କନେଷ୍ଟବଳ ଲୁଲୁ ସାହୁ ଓ ବବିତା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଉଭୟ ଚୋରା ମଦ ବେପାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା। ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.