Home ଜିଲ୍ଲା ପରିକ୍ରମା ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଲୋକାର୍ପଣ

ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଲୋକାର୍ପଣ

41

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭି.ସି. ଜରିଆରେ ୩୦ଟି ଜିଲ୍ଲାପାଇଁ ଅନ୍ତର୍ନିବେଶୀ ଶିକ୍ଷା ସାଧନକେନ୍ଦ୍ର ଲୋକାର୍ପଣ କରାଯିବା ଆଧାରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦ୍ୱାରା ଭଦ୍ରକ ଜିଲ୍ଲାପାଇଁ ବାଗୁରାଇରେ ଅବସ୍ଥିତ ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରରେ ଭଦ୍ରକ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ରର ଲୋକାର୍ପଣ କରାଯାଇଛି। ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଜଳନ୍ଧର ମଣ୍ଡଳ ମଧ୍ୟ ଯୋଗ ଦେଇଥିଲେ। ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବ ସହ ଜିଲ୍ଲାସ୍ତରୀୟ ଅନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିବା ଜିଲ୍ଲାପାଳ ଦିବ୍ୟାଙ୍ଗ ପିଲାମାନଙ୍କ ମଧ୍ୟରେ ୨୦ଟି ହ୍ୱିଲ ଚେୟାର, ୧୪ଟି ଶ୍ରବଣ ଯନ୍ତ୍ର, ୧୬ଟି ଏମ୍‌.ଆର୍‌. କିଟ୍ ୨ଟି ତିନି ଚକିଆ ଗାଡ଼ି ବଣ୍ଟନ କରିଥିଲେ। ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନିମନ୍ତେ ଉତ୍ସର୍ଗୀକୃତ, ସ୍ୱତନ୍ତ୍ର୍ର ତାଲିମ୍‌, ପରାମର୍ଶ ଓ ସୂଚନାକେନ୍ଦ୍ର ରୂପେ କାର୍ଯ୍ୟକରିବାକୁ ଥିବା ଏହି କେନ୍ଦ୍ରରେ ସେମାନଙ୍କ ତାଲିମ୍ ଓ ଥେରାପି କାର୍ଯ୍ୟ ନିୟମିତ ଚାଲୁ ରଖିବା ପାଇଁ ଜିଲ୍ଲାପାଳ ଜିଲ୍ଲା ସଂଯୋଜକଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଭଦ୍ରକ ବ୍ଲକ୍‌ର ବି.ଆର.ସି. ଜୟନ୍ତୀ କର, ଗଦାଧର ନାୟକ, ପ୍ରତିଭା ନାୟକ, ତୁଳସୀ ଦାସ, ଶିକ୍ଷୟିତ୍ରୀ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ଆୟୋଜନରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.