Home କୋରାପୁଟ ଜିଲ୍ଲାସ୍ତରୀୟ ୭୦ ତମ ବନ ମହୋତ୍ସବ ସପ୍ତାହ ପାଳିତ

ଜିଲ୍ଲାସ୍ତରୀୟ ୭୦ ତମ ବନ ମହୋତ୍ସବ ସପ୍ତାହ ପାଳିତ

211

କୋରାପୁଟ ୦୩-୦୭ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ ଡାଙ୍ଗଦେଉଳା ଗ୍ରାମରେ ଜିଲ୍ଲାସ୍ତରୀୟ ୭୦ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଡାଙ୍ଗଦେଉଳା ଗ୍ରାମ ନିକଟ ଲଣ୍ଡା ପାହାଡରେ ବୃକ୍ଷରୋପଣ କରାଯାଇଥିଲା।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି,  ଦକ୍ଷିଣ-ପଶ୍ଚିମାଂଚଳ ଡିଆଇଜି ହିମାଂଶୁ କୁମାର ଲାଲ, ଜୟପୁର ଏସଡିପିଓ ସାଗରିକା ନାଥ, କୋରାପୁଟ ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପି, ଜୟପୁର ବନଖଣ୍ଡ ଅଧିକାରୀ ଅଶ୍ୱିନୀ କୁମାର କର, କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି, ବିଏସଏଫ ଦୁର୍ଗପତି ସାଜନ ସିଂ ପାନଓାର, ଆଇଆରବି(୭ମ ବାଟାଲିୟନ) ଦୁର୍ଗପତି ଆଲୋକ କୁମାର, କୋରାପୁଟ ଏସିଏଫ ଏ. ଉମା ମହେଶ ଓ ଆର କେ.ନାଗ,  ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,  ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।ଏହି ଅବସରରେ କୋରାପୁଟ ବନଖଣ୍ଡର ସୁକିଆଗୁଡା ବନ ସୁରକ୍ଷା ସମିତି ଓ ଜୟପୁର ବନଖଣ୍ଡର ଗୋଡାପୁଟ ବନ ସୁରକ୍ଷା ସମିତିକୁ ପୁରସ୍କୃତ କରାଯାଇଥିଲା।ସମୁଦାୟ ୫ ହଜାର ବୃକ୍ଷରୋପଣ କରାଯାଇଥିଲା।ସମସ୍ତ କାର୍ଯ୍ୟକ୍ରମକୁ କୋରାପୁଟ ବନାଞଳ ଅଧିକାରୀ ସୁବାସ ଚନ୍ଦ୍ର ଖୁଟିଂଆ ଯୋଗ ଦେଇ ପରିଚାଳନା କରିଥିଲେ।ଚଳିତ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱଛ ଭାରତ ହରିତ ଭାରତ ସ୍ଲୋଗାନ ରହିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.