Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ସୁରଭି ମହାସମାରୋହରେ ପାଳିତ, ସଫଳତାରେ ପୂର୍ଣ୍ଣତା ଆସେ ନାହିଁ କି ବିଫଳତାରେ ଶେଷ ହୁଏ...

ଜିଲ୍ଲାସ୍ତରୀୟ ସୁରଭି ମହାସମାରୋହରେ ପାଳିତ, ସଫଳତାରେ ପୂର୍ଣ୍ଣତା ଆସେ ନାହିଁ କି ବିଫଳତାରେ ଶେଷ ହୁଏ ନାହିଁ – ଜିଲ୍ଲାପାଳ

7

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସରକାରୀ ଉଚ୍ଚ ବିଦ୍ୟାଳୟ, ଭଦ୍ରକ ପରିସରରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୮ଟା୩୦ରୁ ଛାତ୍ରଛାତ୍ରୀମାନଙ୍କ ପଂଜିକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲାର ୭ଟି ବ୍ଲକରୁ ୨୯ଟି ବିଭାଗରେ ୨୪୫ଜଣ ପ୍ରତିଯୋଗୀ ପଂଜିକରଣ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଳା ଶିକ୍ଷାଧିକାରୀ ଅକୃର ବାରିକଙ୍କ ସଭାପତିତ୍ୱ ଓ ଶିକ୍ଷକ ମନୋଜ କୁମାର ସାହୁ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର, ସମ୍ମାନିତ ଅତିଥିଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶନୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ର ପ୍ରତିଭା ଅନ୍ୱେଷ ପାଇଁ ‘ସୁରଭି” ଏକ ପ୍ରକୃଷ୍ଠ କ୍ଷେତ୍ର ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅପରାହ୍ନ ୩ ଘଟିକାରେ ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ତଥା ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଯୋଗଦେଇ ପିଲାମାନଙ୍କୁ ପ୍ରତିଯୋଗିତାରେ ପୁରସ୍କାର ଲାଭ ମୁଖ୍ୟ ଉଦ୍ଦେଶ୍ୟ ନୁହେଁ ବୋଲି ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ପିଲାମାନଙ୍କର ପ୍ରତିଯୋଗୀ ମନୋଭାବ ବୃଦ୍ଧି ହେବା ସହ ଜ୍ଞାନର ବିକାଶ ହେବ ବୋଲି ଜିଲ୍ଲାପାଳ ଶ୍ରୀ ରାଉତରାଏ କହିଥିଲେ । ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ପିଲାମାନଙ୍କୁ ଉଦବୋଧନ ଦେଇ ସର୍ବୋତୋମୁଖୀ ବିକାଶ ହିଁ ଶିକ୍ଷାର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସମଗ୍ର ଶିକ୍ଷା କାର୍ଯ୍ୟାଳୟ ର ସଂଯୋଜିକା ଇତିଶ୍ରୀ ମିଶ୍ରଙ୍କ ସମେତ ଜିଲ୍ଲାର ୭ଟି ବ୍ଲକର ବ୍ଲକ ଶିକ୍ଷାଧିକାରୀ, ସମଗ୍ର ଶିକ୍ଷା, ଭଦ୍ରକର ସମସ୍ତ କର୍ମଚାରୀ ଓ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.