Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

9

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପୂର୍ବାହ୍ନ ୯ଟା ରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ପକ୍ଷରୁ ଭଦ୍ରକ ଜିଲ୍ଲା ପରିଷଦ କାଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ, ବିଧାୟକ ଚାନ୍ଦବାଲିଙ୍କ ପ୍ରତିନିଧି ଅଶୋକ ବଳ ଉପସ୍ଥିତ ହୋଇଥିଲେ। ଏହି ବୈଠକରେ ଅଧ୍ୟକ୍ଷତାରେ କରିଥିଲେ ଜିଲ୍ଲାପାଳ ଦିଲୀପ ରାଉତରାଏ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ସାଗରିକ ସାହୁଙ୍କ ସହିତ ଜିଲ୍ଲା ସମେତ ବାଲେଶ୍ୱର, ଯାଜପୁର ଜିଲ୍ଲା ର ବିଭିନ୍ନ ଅଧିକାରୀ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମେ ଉକ୍ତ ବୈଠକ ର ବିପର୍ଯୟ ପରିଚାଳନାର ବିଭିନ୍ନ ଅଧିକାରୀଙ୍କ କାର୍ଯ୍ୟ ବିଷୟ ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି ଆଲୋଚନା କରିଥିଲେ। ବାତ୍ୟା ନିୟନ୍ତ୍ରଣ,ବନ୍ୟା ନିୟନ୍ତ୍ରଣ , ଲୁଣା ପାଣି ନିୟନ୍ତ୍ରଣ, ଏବଂ ଏହାର ପରିଚଳନା ବିଷୟ ରେ ବିଧାୟକ ଓ ସାଂସଦ ଲୋକଙ୍କ ସମସ୍ୟା ଓ ସଂପୃକ୍ତ ଅଧିକାରୀଙ୍କ କର୍ତବ୍ୟ ବିଷୟରେ ଜଣାଇ ଥିଲେ। ସମସ୍ୟା ଆଦି ବିଷୟ ର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ଶ୍ରୀ ସେଠୀ ଓ ବିଧାୟକ ଶ୍ରୀ ମଲ୍ଲିକ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ଉପ ଜିଲ୍ଲପାଳ ଶ୍ରୀ ଚକ୍ରବର୍ତୀ ଧନ୍ୟବାଦ ଅର୍ପଣ କରିବା ପରେ ବୈଠକ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.