Home କୋରାପୁଟ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ

ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ

38

କୋରାପୁଟ ୦୫-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଂସ୍କୃତିଭବନ ପରିସରରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରିବା ପରେ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଓଡିଶାର ରାଉଲକେଲାରେ ଇସ୍ପାତ କାରଖାନା , ପାରାଦୀପରେ ବନ୍ଦରଓ ସୁନାବେଡାରେ ମିଗ କାରଖାନା ପ୍ରତିଷ୍ଠା ବିଜୁବାବୁଙ୍କ  ଅବଦାନ ଥିଲା ବୋଲି ଶ୍ରୀ ପଡାଲ ସୂଚନା ଦେଇଥିଲେ ।ସେତେବେଳେ ଓଡିଶାର ଯୁବକ ଓ ଯୁବତୀମାନେ ଉକ୍ତ କାରଖାନାରେ ଚାକିରୀ ପାଇଥିଲେ ବୋଲି ସେ ପ୍ରକାଶ କରିଥିଲେ ।ମହିଳାମାନେ ସଚେତନ ହେଲେ ରାଜ୍ୟର ବିକାଶ ହୋଇପାରିବେ ବୋଲି ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ସୂଚନା ଦେଇଛନ୍ତି ।ତ୍ରୀସ୍ତରୀୟ ପଂଚାୟତ ବ୍ୟବସ୍ଥାରେ ବିଜୁବାବୁ ୩୩ ପ୍ରତିଶତ ମହିଳା ସଂରକ୍ଷଣ କରିଥିଲେ ଓ ତାଙ୍କ ସୁପୁତ୍ର ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୫୦ ପ୍ରତିଶତ ମହିଳା ସଂରକ୍ଷଣ କରିଥିବାରୁ ମୁଁ ଆଜି ଜିଲ୍ଲା ପରିଷଦ ହୋଇପାରିଛି ବୋଲି ଶ୍ରୀମତୀ କିରସାନି ପ୍ରକାଶ କରିଛନ୍ତି ।ଆଜିର ଯୁବସମାଜ ଇତିହାସ ଜାଣିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତି କରିଛନ୍ତି ।ବିଜୁବାବୁଙ୍କ ଅମଳରେ ପଂଚାୟତରାଜ ବ୍ୟବସ୍ଥା ଗଠନ କରାଯାଇଥିଲା ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।ଓାର୍ଡଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଦସ୍ୟମାନେ ନିର୍ବାଚିତ ହୋଇ ସେମାନଙ୍କ ଅଂଚଳର ସମସ୍‌୍ୟାକୁ ଜିଲ୍ଲାପ୍ରଶାସନ ନିକଟରେ ଉପସ୍ଥାପନା କରି ସମାଧାନ କରୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।ବିଜୁବାବୁଙ୍କ ଅମଳରେ ପ୍ରତି ପଂଚାୟତକୁ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ସେ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ଉପସଭାପତି ନାରୁସୁଲ କାମୁଡି ,ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ ,କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ ,ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ,କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝି , କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ ପ୍ରମୁଖ  ଅନ୍ୟତମ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ମହାନ ଜନନାୟକ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ  ା ନନ୍ଦପୁର ଅଧ୍ୟାପକ ରବି ଶତପଥି ମଂଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ ,କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଓ ଏପିଡି ହିମାଂଶୁ ଶତପଥି ଯୋଗଦେଇ ପରିଚାଳନା କରିଥିଲେ ।କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗୁଡିକର ପ୍ରଦର୍ଶନୀ କରାଯାଇଥିଲା ।ଏହାକୁ ଅତିଥିମାନେ ପରିଦର୍ଶନ କରିଥିଲେ ।ଏହି ଉତ୍ସବରେ କୋରାପୁଟ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ  ଓ ପଂଚାୟତରାଜ ପ୍ରତିନିଧିମାନେ ଯୋଗଦେଇଥିଲେ ।ଏହି ଉତ୍ସବରେ ଅଧିକାଂଶ ମହିଳା ପ୍ରତିନିଧିମାନେ ଅଂଶଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.