Home କୋରାପୁଟ ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

30

କୋରାପୁଟ ୨୩-୦୩(ଓଡିଆ ପୁଅ /ରଂଜନ ଦାସ) ସ୍ଥାନୀୟ ସଦଭାବନା ସଭାଗୃହଟାରେ ଜିଲ୍ଲସ୍ତରୀୟ ଉତ୍କଳ ଦିବସ ପାଳନ ଉପ ଲ କ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଯୋଗଦେଇ ଉତ୍କଳଦିବସ  ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଥିଲେ ।କୋଭିଡ ନିୟମକୁ ପାଳନ କରି ଉତ୍କଳଦିବସ ପାଳନ କରିବାକୁ ନିଷ୍ପତି ନିଆଯାଇଥିଲା । ଆନ୍ଧ୍ରପ୍ରଦେଶ ଓ ଛତିଶଗଡ ରାଜ୍ୟ ସୀମାନ୍ତବର୍ତି ଜିଲ୍ଲାର ପଂଚାୟତମାନଙ୍କରେ ଚଳିତବର୍ଷ ଉତ୍କଳ ଦିବସ ପାଳନ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି ।ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଓଡିଆ ନାମଫଳକ ଲେଖିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି ଓ ଏକମାସ ମଧ୍ୟରେ ସମସ୍ତ ଅନୁଷ୍ଠାନ ଏବଂ ସୀମାନ୍ତବର୍ତୀ ପଂଚାୟତରେ ଥିବା ସରକାରୀ  ଅନୁଷ୍ଠାନରେ ଓଡିଆ ନାମ ଫଳକ ଲେଖାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।କୋରାପୁଟ ଓ ଜୟପୁର ସହରାଂଚଳରେ ରହିଥିବା ବ୍ୟବସାୟିକ ଅନୁଷ୍ଠାନରେ ଓଡିଆ ନାମ ଫଳକ ଲେଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀର କୁମାର ନାୟକ , କୋରାପୁଟ ଉପଜିଲ୍ଲାପାଳ  ଲଲିତ କୁମାର କହଁର , ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁସ୍ମିତା ମହାପାତ୍ର , ଜିଲ୍ଲା ପଂଚାୟତ ଅଧିକାରୀ ସୁଦେଶ ପଟନାୟକ , ଜଳବିଭାଜିକା ସହାୟକ ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ସେନାପତି , କୋରାପୁଟ ମ୍ୟୁନସିପାଲଟିର ନିର୍ବାହୀ ଅଧିକାରୀ ।ାଲୋକ ରଂଜନ ସାମାନ୍ତରାୟ ,ଜିଲ୍ଲା ସ୍ୱାରକ କମିଟିର ଭବାନୀ ଶଙ୍କର ମିଶ୍ର , ଆର.ଶର୍ମା , ନାରାୟଣ ପଣ୍ଡା ,ଅଧ୍ୟାପକ ରବି ଶତପଥି , ଅଧ୍ୟାପିକା ଡ. ପ୍ରତିଧାରା ସାମଲ ,କୋରାପୁଟ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ , କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ  ପ୍ରମୁଖ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ଏ.କେ. ବେହେରା  ଓ ସନ୍ତୋଷ କୁମାର ସେଠୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.