Home ଜିଲ୍ଲା ପରିକ୍ରମା ଜିଲ୍ଲାସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓ୍ବେବନାର ମାଧ୍ୟମରେ ପୋଷଣ ମାସ ପାଳନ ଓ ପୃଷ୍ଟିକର ଖାଦ୍ୟ...

ଜିଲ୍ଲାସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓ୍ବେବନାର ମାଧ୍ୟମରେ ପୋଷଣ ମାସ ପାଳନ ଓ ପୃଷ୍ଟିକର ଖାଦ୍ୟ ପ୍ରଦର୍ଶନୀ

257

ମାଲକାନଗିରି,୨୧ା୯ (ଓଡିଆ ପୁଅ ) ମାହାମାରି କରୋନା କଟକଣା ଚାଲିଥିବାରୁ ମାଲକାନଗିରି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଓ୍ବେବନାର ମାଧ୍ୟମରେ ଅଙ୍ଗନଓ୍ୟାର୍ଡି କର୍ମୀମାନଙ୍କୁ ନେଇ ପୋଷଣ ମାସପାଳନ ଓ ପୃଷ୍ଟିକରଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି । ଆଜି ଜିଲ୍ଲା ସମାଜ କଲ୍ୟାଣ ବିଭାଗ କାର୍ଯ୍ୟାଳୟ ଠାରେ ଓ୍ବେବନାର ମାଧ୍ୟମରେ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଓ ପୃଷ୍ଟିକର ଖଦ୍ୟ ପ୍ରଦର୍ଶନୀ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଶିଶୁବିକାଶ ପ୍ରକଳ୍ପଅଧିକାରୀ,ସୁପରଭାଇଜର ଙ୍କ ସହିତ ୧୫ଜଣ ଅଙ୍ଗନ ଓ୍ୟାର୍ଡିକର୍ମୀ ଭାଗନେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଙ୍ଗନ ଓ୍ୟାର୍ଡିକେନ୍ଦ୍ରରେ ଅଙ୍ଗନ ଓ୍ୟାର୍ଡିକର୍ମୀ ମାନେ ବିଭିନ୍ନ ଫଳ, ପନିପରିବା,ଅଣ୍ଡା ଓ ରନ୍ଧନ ଖାଦ୍ୟ ସାମଗ୍ରୀ ରେ ସୁନ୍ଦର ଭାବେ ଫୁଲ ନିର୍ମାଣ କରି ସଜାଇବା ସହ ପୃଷ୍ଟିକର ଖାଦ୍ୟର ପ୍ରଦର୍ଶନୀ କରିଥିଲେ । ଅପପୋଷଣ ଏକ ସାମଜିକ ବ୍ୟାଧି,ବ୍ୟକ୍ତିଗତ ଓ ପାରିପାର୍ଶିକ ସ୍ୱଚ୍ଛତା ,ଶିଶୁ ସୁରକ୍ଷା,ଗର୍ଭବତୀ ମହିଳା,କିଶୋରୀ ବାଳିକା ମାନଙ୍କ ଉନ୍ନତ ଯତ୍ନ ପୃଷ୍ଟିିକର ଖାଦ୍ୟଦ୍ୱାରା କୁପୋଷଣ ଦୂରକରିବା ସହ ଅପମୃତ୍ୟୁକୁ ରୋକା ଯାଇପାରିବ ବୋଲି ଓ୍ବେବନାର ମାଧ୍ୟମରେ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ଶୌଦାମିନୀ ପ୍ରଧାନ,ସହକାରି ସମାଜ କଲ୍ୟାଣ ଅଧିକାରୀ ବଳରାମ ଭୂୟାଁ,ପ୍ରୋଗ୍ରାମ ଅଫିସର ରାଜଶ୍ରୀପଟନାୟକ,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ସଜିଂବକୁମାର ସାହୁ,ଓଡିଶା ଜୀବିକା ମିଶନ ଜିଲ୍ଲା ପରିଚାଳକ ପବିତ୍ର ମୋହନ ବାରା ପ୍ରମୁଖ ଭାଗନେଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା୨୫ ଓ ୨୯ ତାରିଖ ରେ ମଧ୍ୟ ଅନୁଷ୍ଟିତ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.