Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ୬ ଜଣ କରୋନା ଯୋଦ୍ଧା ଙ୍କ ସହ ୫୩ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତ...

ଜିଲ୍ଲାରେ ୬ ଜଣ କରୋନା ଯୋଦ୍ଧା ଙ୍କ ସହ ୫୩ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୯୮୮ ରେ ପହଁଚିଲା

126

ମାଲକାନଗିରି,୧୮ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି୍ ବୃଦ୍ଧିପାଇଛି,ଆଜି ଜିଲ୍ଲାରେ ଗୋଟିଏ ଦିନରେ ୬ ଜଣ କରୋନା ଯୋଦ୍ଧାଙ୍କ ସହ ୫୩ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୧୦ ଜଣ
ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୧୯ ଜଣଙ୍କର ରୋଗର ଲକ୍ଷଣ ଥିଲା,୨୪ ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ଆଜିର ୫୩ଜଣ ଚିହ୍ନଟଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୧୫ଜଣ,ବାଲିମେଳା ଏନଏସି ଅଚଂଳରୁ ୬ଜଣ ,କାଲିମେଳା ବ୍ଲକ ଅଚଂଳରୁ ୮ଜଣ, ମାଲକାନଗିରି ବ୍ଲକଅଚଂଳରୁ ୭ ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ ୧୮ଜଣ ,ଖଇରପୁଟ ବ୍ଲକ ଅଚଂଳରୁ ୨ଜଣ,ମାଥିଲି ବ୍ଲକ ଅଚଂଳରୁ ଜଣେ,ପଡିଆ ବଲ୍କ ଅଚଂଳରୁ ୨ଜଣ,ଚିତ୍ରକେଣ୍ଡା ବ୍ଲକ ଅଚଂଳରୁ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୫୩ ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୮ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୩୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୪୭ ଜଣ କରୋନା ପଜିଟିଭ ଚିହ୍ନଟ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୫୩ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ସହ ଅନ୍ୟାନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.