Home ଓଡ଼ିଶା ଜିଲ୍ଲାରେ କୋଭିଡ ଟିକାର ବୁଷ୍ଟର ଡୋଜ ନେଲେ ବୟସ୍କ ନାଗରିକ ଓ କୋଭିଡ ଯୋଦ୍ଧା

ଜିଲ୍ଲାରେ କୋଭିଡ ଟିକାର ବୁଷ୍ଟର ଡୋଜ ନେଲେ ବୟସ୍କ ନାଗରିକ ଓ କୋଭିଡ ଯୋଦ୍ଧା

28

ମାଲକାନଗିରି,୧୩ା୧ (ଓଡିଆ ପୁଅ )ଭୟାବହ କରୋନା ର ତୃତୀୟ ଲହରରୁ ସୁରକ୍ଷିତ ରହିବା ପାଇଁ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଯାଇଛି କୋଭିଡ ଟିକାର ବୁଷ୍ଟର ଡୋଜ । ଅଗ୍ରାଧିକାର ଭିତିରେ ବୟସ୍କ ନାଗରିକ ଙ୍କ ସହିତ ଆଗଧାଡିର କୋଭିଡ ଯୋଦ୍ଧା ଙ୍କୁ କୋଭିଡ ଟିକାର ତୃତୀୟ ପାନ ଦିଆଯାଉଛି । ବିଭିନ୍ନ ଟିକାକରଣ କେନ୍ଦ୍ରରେ ଇତି ମଧ୍ୟରେ ୩୫୨୦ଜଣ ଙ୍କୁ ଟିକା ଦିଆସରିଛି, ଗତକାଲି କେବଳ ୧୧୩୨ଜଣ ବରଷ୍ଟ ନାଗରିକ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କରୋନା ଟିକାର ତୃତୀୟପାନ ଟିକାଦିଆ ଯାଇଛି । ଠିିକ ସେହିପରି ଗତ ୩ତାରିଖ ଠାରୁ ୧୫ବର୍ଷରୁ ୧୮ବର୍ଷର କିଶୋର କିଶୋରୀ ମାନଙ୍କୁ ମଧ୍ୟ ପ୍ରଥମ ଡୋଜର ର କରୋନା ଟିକା ଦେବା ଆରମ୍ଭ କରାଯାଇଛି । ଜିଲ୍ଲାରେ ମୋଟ ୩୧ହଜାର୭୫ଜଣ କିଶୋର କିଶୋରୀ ମାନଙ୍କୁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ରରେ କୋଭିଡ ଟିକାକରଣ କରାଯିବା ପାଇଁ ବ୍ୟବସ୍ଥାକରାଯାଇ ଥିବା ବେଳେ ଇତି ମଧ୍ୟରେ ୧୫୯୫୧ଜଣ ଙ୍କୁ ପ୍ରଥମ ଡୋଜ ଟିକାପ୍ରଦାନ କରାଯାଇଛି । ବୁଧବାର ଦିନ କେବଳ ୧୫୦୨ଜଣ ୧୫ବର୍ଷରୁ ୧୮ବର୍ଷର କିଶୋର କିଶୋରୀ ମାନଙ୍କୁ କରୋନା ଟିକା ଦିଆ ଯାଇଥିବାର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଆଧିକାରୀ ଡା.ପ୍ରଫୁଲକୁମାର ନନ୍ଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.