Home ଜିଲ୍ଲା ପରିକ୍ରମା ଜିଲ୍ଲାରେ ଆଜି ୬୩ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୫୧ ,ସୁସ୍ଥହେଲେ ୨୬୬୬...

ଜିଲ୍ଲାରେ ଆଜି ୬୩ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୫୧ ,ସୁସ୍ଥହେଲେ ୨୬୬୬ ଜଣ

93

ମାଲକାନଗିରି,୧୯ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କେତେ ବେଳେ ବଢି ଯାଉଛି ତ ଆଉ କେତେବେଳେ କମି ଯାଉଛି,ଆଜି ଜିଲ୍ଲାରେ ଗୋଟିଏ ଦିନରେ ଜଣେ କରୋନା ଯୋଦ୍ଧାଙ୍କ ସହ ୬୩ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୬୩ ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୫୧ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୬୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୭୭ ଜଣ କରୋନା ପଜିଟିଭ ଚିହ୍ନଟ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୮ ଜଣ ପୁର୍ବ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୧୭ ଜଣଙ୍କର ରୋଗର ଲକ୍ଷଣ ଥିଲା,୨୭ ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ଜଣେ ବାହାର ରାଜ୍ୟ ହଟସ୍ପଟ ଅଚଂଳର ଫେରନ୍ତା ରହିଛନ୍ତି । ଆଜିର ୬୩ଜଣ ଚିହ୍ନଟଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୭ଜଣ,ବାଲିମେଳା ଏନଏସି ଅଚଂଳରୁ ୧୭ଜଣ ,କାଲିମେଳା ବ୍ଲକ ଅଚଂଳରୁ ୭ଜଣ, ମାଲକାନଗିରି ବ୍ଲକଅଚଂଳରୁ ୧୨ ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ ୮ଜଣ ,ଖଇରପୁଟ ବ୍ଲକ ଅଚଂଳରୁ ୩ଜଣ,ମାଥିଲି ବ୍ଲକ ଅଚଂଳରୁ ୨ଜଣ,ଚିତ୍ରକେଣ୍ଡା ବ୍ଲକ ଅଚଂଳରୁ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୩ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ସହ ଅନ୍ୟାନ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟାର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.