Home ଓଡ଼ିଶା ଜିଲ୍ଲାରେ ଆଜି ୧୭ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୩ଛୁଇଁଲା ,୫୬୬ଜଣ ସୁସ୍ଥହେଲେ

ଜିଲ୍ଲାରେ ଆଜି ୧୭ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୩ଛୁଇଁଲା ,୫୬୬ଜଣ ସୁସ୍ଥହେଲେ

173

ମାଲକାନଗିରି,୧୧ା୮(ଓଡିଆ ପୁଅ ) କରୋନା ମହାମାରୀ ରୁପନେଇ ଦିନକୁ ଦିନ ମାଲାକନଗିରି ଜିଲ୍ଲାରେ ବ୍ୟପିବାରେ ଲାଗିଛି,ଆଜି ଜିଲ୍ଲାରେ ପୁଣି ୧୭ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୧୨ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବାବେଳେ ୩ଜଣଙ୍କର ରୋଗର ଲକ୍ଷଣଥିଲା,ଜଣେ ହାଉସ ସର୍ଭେରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣେ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୧୩ ଜଣ,ମାଥିଲି ବ୍ଲକ ଅଚଂଳରୁ ଜଣେ ,ମାଲକାନଗିରି ବ୍ଲକଅଚଂଳରୁ ଜଣେ,କୋରକୁଣ୍ଡା ବ୍ଲକ ଅଚଂଳରୁ ଜଣେ ,ପଡିଆ ବ୍ଲକ ଅଚଂଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲନାଗିରି ପୌରପରିଷଦ ଅଚଂଳରୁ ଚିହ୍ନଟ ହୋଇଥିବା ୧୩ଜଣଙ୍କ ମଧ୍ୟରୁ ୧୨ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ଜଣଙ୍କର ପୁବ ର୍ ଲକ୍ଷଣ ଥିଲା, ମାଥିଲିବ୍ଲକର ଜଣେ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ବ୍ଲକର ଜଣଙ୍କର ଲକ୍ଷଣ ଥିଲା । କୋରକୁଣ୍ଡା ବ୍ଲକ ଅଚଂଳରୁ ଜଣଙ୍କ ର ରୋଗର ଲକ୍ଷଣ ଥିଲା, ପଡିଆ ବ୍ଲକରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ହଟସ୍ପଷ୍ଟ ଜିଲ୍ଲା ଫେରନ୍ତା । ଆଜିର ସଂକ୍ରମିତ ୧୭ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୩ ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୫୬୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୭୫ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୧୭ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲ କ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.