Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଚିହ୍ନଟ ହେଲେ ନୂଆ ୧୭୦ ଆକ୍ରାନ୍ତ, ଜଣେ ଆକ୍ରାନ୍ତ ମୃତ

ଜିଲ୍ଲାରୁ ଚିହ୍ନଟ ହେଲେ ନୂଆ ୧୭୦ ଆକ୍ରାନ୍ତ, ଜଣେ ଆକ୍ରାନ୍ତ ମୃତ

44

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୦ ନୂଆ କରୋନା ଆକ୍ରାନ୍ତ । ଏଥି ସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ହଜାର ୬୨୯ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ପରେ ମୋଟ ମୃତକଙ୍କ ସଂଖ୍ୟା ହୋଇଛି ୪୨ । ସେହିପରି ମୋଟ ସୁସ୍ଥଙ୍କ ସଂଖ୍ୟା ୧୯ ହଜାର ୮୪୧ ଥିବା ବେଳେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୭୪୬ଜଣ । ନୂତନ ଭାବେ ଚିହ୍ନଟ ଆକ୍ରାନ୍ତମାନେ ବାସୁଦେବପୁର ପୌରପାଳିକାର ୧୨, ୨୨, ୮ ଓ ୧୪ ନଂ ୱାର୍ଡରୁ ୪ଜଣ, ଭଦ୍ରକ ପୌରାପଳିକାର ଜଗନ୍ନାଥପୁର, କୁଆଁସ, ଚରମ୍ପା, ବାଇପାସ୍‌, ଗବସାହି, ବାଗୁରାଇରୁ ମୋଟ ୯ଜଣ, ବନ୍ତ ବ୍ଲକର ଆଡିଆ, ବନ୍ତ, ବିଟିପୁର, ନିଳୋକ, ଷେଣ୍ଢତୀରା ଗ୍ରାମରୁ ୮ଜଣ, ଧାମନଗର ବ୍ଲକର ଅସୁରାଳି, ବୟାଙ୍ଗଡିହି, ଗୁଆପୋଖରୀ, ଧୁଷୁରୀ, ଫତେପୁର, ଗଢିଆଳି, ଖପରପଦା ଗ୍ରାମରୁ ୧୧ଜଣ, ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ, ବାବଲପୁର, ବିଷ୍ଣୁପୁର, ଜଳମଣ୍ଡୁଆ, ଝୁଟଣା, କଣ୍ଟି, ନାଆମୀ, ରଞ୍ଜିତ, ତେସିଙ୍ଗା ଗ୍ରାମରୁ ମୋଟ ୩୦ଜଣ, ବାସୁଦେବପୁର ବ୍ଲକର ଆର୍ତ୍ତୁଂ, ଆରୁହା, ବାଲିମେଦ, ବରଣ୍ଡୁଆ, ବିରସ, ବିଦେଇପୁର, ଚୁଡାମଣି, ଗୁଆଗଡିଆ, କିସ୍ମତ୍ କୃଷ୍ଣପୁର, ଲକ୍ଷ୍ମୀଦାସପୁର, ଲୁଙ୍ଗା, ନରସିଂହପୁର, ନୂଆଗାଁ, ପଦ୍ମପୁର, ସାନକୃଷ୍ଣପୁର, ସୁଦର୍ଶନପୁର, ଓ ସୁଗୋ ଗ୍ରାମରୁ ମୋଟ ୩୦ଜଣ, ଚାନ୍ଦବାଲି ବ୍ଲକର ଓସ୍ତିଆ, ଭାଟପଡା, ବ୍ରଜରାଜପୁର, ଚରଦିଆ, ଘଟପୁର, କରଣପଲ୍ଲୀ, ଖେରଙ୍ଗ, ତେନ୍ତୁଲିଡିହି ଗ୍ରାମରୁ ୧୦ଜଣ, ଭଦ୍ରକ ବ୍ଳକର ବେନ୍ତାଳ, ଇଚ୍ଛାପୁର, ଚରମ୍ପା, ଏରେଇଁ, ଆରଡିଛକ, ଗେଲଟୁଆ, ଜଗଦଳପୁର, କଲେଇ, କେଦାରପୁର, ଖଣ୍ଡତଡ଼ା, ରାହାଞ୍ଜ, ରାନ୍ଦିଆ, ସାବରଙ୍ଗ ଗ୍ରାମରୁ ୩୧ଜଣ, ତିହିଡ଼ି ବ୍ଲକର ବୋଡକ, ଫତେପୁର, କାଁପଡା, କୋହ୍ଲ, କୁବେରା, ମୁକୁନ୍ଦପୁର, ନରେନ୍ଦ୍ରପୁର, ରାଜନଗର ଗ୍ରାମରୁ ମୋଟ ୧୫ଜଣ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଅନ୍ୟ ଜିଲ୍ଲାରୁ ୨ଜଣ ଏବଂ ଭଦ୍ରକ ଜିଲ୍ଲାର ୧୯ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.