Home ଜିଲ୍ଲା ପରିକ୍ରମା ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ସରକାର:କାହା ସ୍ୱାର୍ଥରେ ଫୁଡ ଆଣ୍ଡ ଟେକ୍ସଟାଇଲ ପାର୍କ

ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ସରକାର:କାହା ସ୍ୱାର୍ଥରେ ଫୁଡ ଆଣ୍ଡ ଟେକ୍ସଟାଇଲ ପାର୍କ

109

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ସରକାର । ମେଡିକାଲ କଲେଜ ହସପିଟାଲ ବଦଳରେ ଜିଲ୍ଲାବାସୀଙ୍କୁ ଉପହାର ଦେବାକୁ ଯାଉଛନ୍ତି ଫୁଡ ଆଣ୍ଡ ଟେକ୍ସଟାଇଲ ପାର୍କ । ଜିଲ୍ଲାବାସୀଙ୍କ ବର୍ଷ ବର୍ଷର ଦାବୀ ଏକ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଟା ଦାବୀକୁ ଅଗ୍ରାହ୍ୟ କରିଦେଇ ସରକାର ଭଣ୍ଡାରିିପୋଖରୀ ବ୍ଲକ ପାହି ମହୁରା ଠାରେ ଆଇଓସିଏଲ ସହାୟତାରେ ପ୍ରତିଷ୍ଟା କରିବାକୁ ଯାଉଛନ୍ତି ଟେକ୍ସଟାଇଲ ପାର୍କ । ଏଥିସକାସେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିଗୃହିତ ମୋଟ ୨୭୧.୮ ଏକର ଜମି ମଧ୍ୟରୁ ଆଇଓସିଏଲ କୁ ଇତିମଧ୍ୟରେ ୫୯.୮ ଏକର ଜମି ଯୋଗାଇ ଦିଆଯାଇଛି । ଏହି ଜମିରେ ଆଇଓସିଏଲ ପକ୍ଷରୁ ଖୁବ୍ ଶିଘ୍ର ପଲି ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଟା ହେବାକୁ ଯାଉଛି । କୁହାଯାଇଛି ଆଗାମୀ ୨୦୨୩ ମସିହା ସୁଦ୍ଧା ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେଲେ ଏଠାରେ ପ୍ରାୟ ୨ ହଜାର ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦିଆଯିବ । ତେବେ ଏଥିନେଇ ଜିଲ୍ଲାବାସୀଙ୍କର କୌଣସି ଆପତି ନାହିଁ । ପ୍ରକଳ୍ପ ସଂପୁର୍ଣ୍ଣ ହେଲେ ଜିଲ୍ଲାବାସୀଙ୍କୁ ନିଯୁକ୍ତି ମିଳୁକି ନମିଳୁ ଏହା ଦ୍ୱାରା ଉପକୃତ ହେବେ କେନ୍ଦ୍ର ଓ ରାଜ୍ୟ ସରକାର ଏଥିରେ ଜିଲ୍ଳାବାସୀଙ୍କୁ କୌଣସି ଫାଇଦା ମିଳିବ ନାହିଁ । ହେଲେ ମେଡିକାଲ କଲେଜ ଟିଏ ପ୍ରତିଷ୍ଟା କରାଯାଇଥିଲେ ଏହା ଫଳରେ କେବଳ ଭଦ୍ରକ ଜିଲ୍ଳାର ଜନ ସାଧାରଣ ନୁହଁନ୍ତି ପଡୋଶୀ ୪ ଗୋଟି ଜିଲ୍ଲାର ଅନ୍ୟୁନ ୩୦ ଲକ୍ଷ ଜନ ସାଧାରଣ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ବିଶେଷ ଉପକୃତ ହୋଇ ପାରିଥାନ୍ତେ । ଭଦ୍ରକ ଜିଲ୍ଳା ମାନ୍ୟତା ପାଇବାର ଇତିମଧ୍ୟରେ ୨୭ ବର୍ଷ ବିତିଲାଣି ଜିଲ୍ଲାର ଜନ ସଂଖ୍ୟା ୧୦ ଲକ୍ଷରୁ ୨୦ ଲକ୍ଷ ପହଁଚିଲାଣି ହେଲେ ଜିଲ୍ଲା ସ୍ୱାସ୍ୟ୍ଥ୍ର ସେବାରେ କୌଣସି ପରିବର୍ତନ ଘଟି ନାହିଁ । ଜିଲ୍ଳା ହେବା ଆଗରୁ ରହିଥିବା ସବଡିଭିଜନାଲ ହସପିଟାଲ କେବଳ ଜିଲ୍ଲା ହସପିଟାଲ ମାନ୍ୟତା ପାଇଥିଲେ ମଧ୍ୟ ବିଛଣାସଂଖ୍ୟା ୨ ଶହରେ ସିମିତରହିଛି । ୧୬ ନମ୍ଭର ଜାତୀୟ ରାଜପଥ ପାଶ୍ୱର୍ରେ ଅବସ୍ଥିତି ଯୋଗୁ ଏହି ଡାକ୍ତରଖାନାରେ ଦୁର୍ଘ୍ୟଟଣାଗ୍ରସ୍ତ ରୋଗୀଙ୍କ ସଂଖ୍ୟା ମଧ୍ୟ କୌଣସି ଗୁଣରେ କମ୍ ନୁହେଁ । ତାଛଡା ପୁରୁଣାକାଳର ଏହି ଡାକ୍ତରଖାନାରେ ଗୁରୁତର ରୋଗରେ ପିଡିତ ଲୋକଙ୍କୁ ଉଚତର ସେବା ଯୋଗାଇ ଦେବାକୁ ନା ଏଠାରେ ଅଛନ୍ତି ଡାକ୍ତର ନା ଆନୁସଙ୍ଗୀକ ଯନ୍ତ୍ରପାତି । ଫଳରେ ଜୀବନ ବଂଚାଇବାକୁ ଲୋକଙ୍କୁ ମୁଠା ମୁଠା ଟଙ୍କା ଖର୍ଚ କରି କଟକ ନଚେତ ଭୂବନେଶ୍ୱର ଯିବାକୁ ପଡୁଛି । ଜିଲ୍ଳାବାସୀଙ୍କ ଏହି ଆବଶ୍ୟକତାକୁ ନେଇ ଗତ ପ୍ରାୟ ୧୫ ବର୍ଷ ଧରି ଜିଲ୍ଲାବ୍ୟାପି ଚାଲିଛି ମେଡିକାଲ କଲେଜ ପ୍ରତିଷ୍ଟା ଆନ୍ଦୋଳନ । ହେଲେ ଗତ କିଛିମାସ ତଳେ ଜିଲ୍ଳାବାସୀଙ୍କୁ ଭକୁଆ ବନାଇ ରାଜ୍ୟ ସରକାର ଏଠାରେ ୩ ଶହ ସର୍ଯ୍ୟା ବିଶିଷ୍ଟ ଜିଲ୍ଳା ହସପିଟାଳ ଏବଂ ଶହେ ସର୍ଯ୍ୟା ବିଶିଷ୍ଟ ଏମସିଏଚ ପ୍ରତିଷ୍ଟା ଘୋଷଣା କରିଥିଲେ ।

ଯାହାକି ଜିଲ୍ଲାବାସୀଙ୍କ ପାଇଁ ମୁଲ୍ୟହିନ ସାବ୍ୟସ୍ତ ହୋଇଛି । କାରଣ ଏମିତିବି ୨ ଶହ ସର୍ଯ୍ୟା ବିଶିଷ୍ଟ ଜିଲ୍ଲା ହସପିଟାଲରେ ଦୈନିକ ପ୍ରାୟ ୩ ଶହ ରୋଗୀଙ୍କୁ ସେବା ଯୋଗାଇ ଦିଆଯାଉଛି । ତେଣୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଜିଲ୍ଳାବାସୀଙ୍କୁ କେବଳ ଭକୁଆ ବନାଇବାକୁ ଉଦ୍ଧିଷ୍ଟ ବୋଲି କହିଛନ୍ତି ବରିଷ୍ଟ ଆଇନଜିବୀ ଦିବ୍ୟସିଂହ ନାୟକ ଏବଂ ଜିଲ୍ଲା ମେଡିକାଲ କଲେଜ ପ୍ରତିଷ୍ଟା ଆନ୍ଦୋଳନର କର୍ଣ୍ଣଧାର ଡା ହରିହର ନାୟକ,ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ସୁଧାକର ରାଉତ ପ୍ରମୁଖ ବ୍ୟକ୍ତି ସମୁହ । ଅନ୍ୟପକ୍ଷରେ ରାଜ୍ୟ ସରକାର ମେଡିକାଲ କଲେଜ ପ୍ରତିଷ୍ଟା ସକାସେ ଜିଲ୍ଳାରେ ଯାଗାଜମି ଏବଂ ଭିତିଭୁମି ଅଭାବକୁ ଆଳ କରି ଏହି ପ୍ରସଙ୍ଗକୁ ଟାଳି ଦେଇ ଥିଲେ ମଧ୍ୟ ପ୍ରକୃତପକ୍ଷେ ପାହି ମହୁରା ଠାରେ ଟେକ୍ସଟାଇଲ ଏବଂ ଖାଦ୍ୟ ପ୍ରକ୍ରିୟା କରଣ ୟୁନିଟ ପ୍ରତିଷ୍ଟା କରିବା ପରେ ମଧ୍ୟ ସରକାରଙ୍କ ହାତରେ ଆହୁରୀ ଶହେ ଏକର ରୁ ଉର୍ଦ୍ଧ ବଳକା ଜମି ମହଜୁଦ ରହିଛି । ଯେଉଁଠାରେ ମେଡିକାଲ କଲେଜ ହସପିଟାଲ ପ୍ରତିଷ୍ଟା ହେଲେ ତାହା କେବଳ ଭଦ୍ରକ ଜିଲ୍ଳା ନୁହେଁ ରାଜ୍ୟର ସର୍ବବୃହତ ଭିତିଭୁମି ଥିବା ଏକ ମେଡିକାଲ କଲେଜ ରୁପ ନେଇ ପାରିବ । ହେଲେ ତାହା କରାନଯାଇ ଜିଲ୍ଳାବାସୀଙ୍କୁ ପ୍ରତାରିତ କରାଯାଉଛି । ସବୁଠାରୁ ବଡ କଥା ହେଲା ସରକାରଙ୍କର ଏହି ଜିଲ୍ଳା ବିରୋଧି ନିଷ୍ପତିକୁ ଜିଲ୍ଲାବାସୀ ନାପସନ୍ଦ କରି ଆସୁଥିଲେ ମଧ୍ୟ ଶାସକ ଦଳର ନେତା ଏବଂ ଜନ ପ୍ରତିନିଧିମାନେ ଏଥିନେଇ ସାମାନ୍ୟତମ ଆପତି ଉଠାଇ ନାହାନ୍ତିି । କେବଳ ଶାସକ ଦଳ ନୁହଁନ୍ତି ଏହି ପ୍ରସଙ୍ଗରେ ବିରୋଧି ଦଳ ଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ । ଏପରିସ୍ତଳେ ଜିଲ୍ଳାବାସୀଙ୍କ ମେଡିକାଲ କଲେଜ ଦାବୀକୁ ଅଣଦେଖା କରି ସରକାର ଜିଲ୍ଲାରେ ଫୁଡ୍ ଆଣ୍ଡ ଟେକ୍ସଟାଇଲ ପାର୍କ ନିର୍ମାଣ କରିବା କାହା ସ୍ୱାର୍ଥରେ ବୋଲି ଚର୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.