Home ଓଡ଼ିଶା ଜିଲ୍ଲାପାଳଙ୍କ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା ସ୍ପୋର୍ଟସ କପ୍ଲେକ୍ସ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା

ଜିଲ୍ଲାପାଳଙ୍କ ଶ୍ରୀ ଜଗନ୍ନାଥ ଷ୍ଟାଡିୟମ ଓ ଜିଲ୍ଲା ସ୍ପୋର୍ଟସ କପ୍ଲେକ୍ସ୍ ନିର୍ମାଣ କାର୍ଯ୍ୟର ସମୀକ୍ଷା

101

ପୁରୀ ୪-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ପେଣ୍ଠକଟା ସ୍ଥିତ ଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ସ୍ଥାନ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ପ୍ରାୟ ୧୪ ଏକର ପରିମିତ ଅଞ୍ଚଳରେ ଏହି ଷ୍ଟାଡିୟମ ନିର୍ମାଣ ହେବ। ୱାପକସ୍ ସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ଷ୍ଟାଡିୟମ୍ ରେ ଇନ୍ ଡୋର୍, ଆଉଟ୍ ଡୋର୍, ସୁଇମିଂ ପୁଲ୍, ଓ କ୍ରିକେଟ୍ ଷ୍ଟାଡିୟମ୍, ଜିମ୍ନାସିୟମ୍, ଜଳ ଫୁଆରା, ସ୍ୱାକିଂ ପାଥ୍ ପାଚେରୀ ଆଦି ନିର୍ମାଣ ହେବ। ଘଣ୍ଟା ପ୍ରତି ପ୍ରାୟ ୨୨୦ କିଲୋମିଟର ପବନ ବେଗ ଥିବା ଝଡକୁ ସହ୍ୟ କରିବା କ୍ଷମତା ଥିବା ଭଳି ନିର୍ମାଣ କାର୍ଯ୍ୟ ଜାରି ରହିଛି। ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବାକୁ ଜିଲ୍ଲାପଳ ଉକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଜିଲ୍ଲା ସ୍ପୋର୍ଟସ୍ କପ୍ଲେକ୍ସ ର ମରାମତି ସହ ନୂତନ ଭାବେ ଶହେ ଶର୍ଯ୍ୟା ବିଶିଷ୍ଠ କିଡା ଛାତ୍ରାବାସ ନିର୍ମାଣ ହେବ। ଛାତ୍ରାବାସ ବ୍ୟତୀତ ବର୍ତଥିବା କପ୍ଲେକ୍ସ ସୌଚାଳୟ ନିର୍ମାଣ ସୁରକ୍ଷା କର୍ମୀ ରହିବା ସ୍ଥାନ ଏବଂ ଦଶଟି ପୃଥକ ସ୍ପୋର୍ଟସ୍ ରୁମ୍ ତିଆରି ହେବ। ପ୍ରାଥମିକ ବୈଷୟିକ କାର୍ଯ୍ୟ ଶେଷ କରି ନିର୍ମାଣ କାର୍ଯ୍ୟ ତିଆରି ପାଇଁ ଜିଲ୍ଲାପାଳ ଉକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ, ସହାୟକ ନିର୍ବାହୀ ଯନ୍ତ୍ରୀ ଘନ ଶ୍ୟାମ ପଣ୍ଡା ଓ ଅଜୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.