Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ନିକଟରେ ୨୫ଶିଶୁଙ୍କ ସହ ଅଭିଭାବକଙ୍କ ଅଭିଯୋଗ : ଥାଲାସେମିଆ ରୋଗୀଙ୍କୁ ରକ୍ତ ଯୋଗାଇ ଦେବାରେ...

ଜିଲ୍ଲାପାଳଙ୍କ ନିକଟରେ ୨୫ଶିଶୁଙ୍କ ସହ ଅଭିଭାବକଙ୍କ ଅଭିଯୋଗ : ଥାଲାସେମିଆ ରୋଗୀଙ୍କୁ ରକ୍ତ ଯୋଗାଇ ଦେବାରେ ରକ୍ତଭଣ୍ଡାରର ଅଣଦେଖା

23

ନୟାଗଡ଼, ୨୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ରକ୍ତ ଯୋଗାଇବାରେ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ ୨୫ ଶିଶୁଙ୍କ ସମେତ ସେମାନଙ୍କର ଅଭିଭାବକମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଥାଲାସେମିଆ ପରି ଦୂରାରୋଗ୍ୟରେ ଆକ୍ରାନ୍ତ ଶିଶୁଙ୍କୁ ରକ୍ତ ଯୋଗାଇଦେବାରେ ଅଣଦେଖା ସହ ଅବହେଳା କରୁଥିବା ଏବଂ ଏଥିନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏବିଷୟରେ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସଫଳ ମିଳୁନଥିବା ସେମାନେ କହିଛନ୍ତି। ଥାଲାସେମିଆ ଆକ୍ରାନ୍ତ ଶିଶୁ ମାନଙ୍କ ପାଇଁ ବର୍ଷକୁ ୬ରୁ ୮ଟି ରକ୍ତର ଆବଶ୍ୟକତା ପଡ଼ୁଥିବାବେଳେ ନୟାଗଡ ସ୍ୱାସ୍ଥ୍ୟ ବିଭାଗ ଠିକ୍ରେ ରକ୍ତ ଯୋଗାଇ ଦେଉନାହିଁ। ରକ୍ତଦାତାଙ୍କୁ ଡାକିକରି ଆଣିଲେ, ସେ ରକ୍ତ ଦେଲେ ତୁମେ ରକ୍ତ ନେବ କହି ରୋଗୀମାନଙ୍କୁ ହତୋତ୍ସାହିତ କରାଯାଉଛି। ପ୍ଲାଜ୍ମା ଅଲଗା କରି ରକ୍ତ ଦେବା ପାଇଁ ବ୍ୟବସ୍ଥା କରାଯାଉନାହିଁ। ଏଥିନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶୁଣୁନଥିବା ଅଭିଯୋଗ ହେଉଛି। ନୟାଗଡ଼ ଜିଲ୍ଲାରେ ବର୍ଷକୁ ୫ହଜାର ୟୁନିଟ୍ ରକ୍ତ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ସଂଗ୍ରହ କରାଯାଉଥିବାବେଳେ ଏହାକୁ ଘରୋଇ କ୍ଲିନିକ ଏବଂ ଅନ୍ୟ ଜିଲ୍ଲାକୁ ମୋଟା ଅଙ୍କରେ ଚାଲାଣ କରାଯାଉଛି। ଯାହାକି ଥାଲାସେମିଆ ଆକ୍ରାନ୍ତ ଶିଶୁମାନେ ରକ୍ତ ନପାଇ ବିପଦର ସମ୍ମୁଖୀନ ହେଉଥିବା କୁହାଯାଉଛି। ବାହାର ଜିଲ୍ଲାରେ ରୋଗାକ୍ରାନ୍ତ ଶିଶୁଙ୍କୁ ସହାୟତା ରାଶି ଯୋଗାଇ ଦିଆଯାଉଥିବାବେଳେ ନୟାଗଡ଼ ଜିଲ୍ଲାର ଶିଶୁମାନଙ୍କୁ ସହାୟତା ଯୋଗାଇ ଦିଆଯାଉବୋଲି ସେମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.