Home ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

109

ଜଗତସିଂହପୁର ୧୬ା୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ) ସୋମବାରଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ। ଏହି ଅଭିଯୋଗ ଶିବିରରେ ମୋଟ ୧୩୫ଟି ଅଭିଯୋଗ ପଞିକୃତ ହୋଇଥିଲା। ସେଥି ମଧ୍ୟରୁ ଗାଁ ସମସ୍ୟା ସଂପର୍କିତ-୦୫ଟି, ବ୍ୟକ୍ତିଗତ ସମସ୍ୟା ସଂପର୍କିତ-୧୩୦ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୩୮ଟି, ଭତ୍ତା ସଂପର୍କିତ-୦୫ଟି, ଏନ.ଏଫ.ବି.ଏସ ସମସ୍ୟା ସଂପର୍କିତ-୦୩ଟି, କଳାକାର ଭତ୍ତା ସମସ୍ୟା ସଂପର୍କିତ-୦୩ଟି, ରେସନ୍ କାର୍ଡ ସମସ୍ୟା ସଂପର୍କିତ-୦୩ଟି, ସିଭିଲ ସମସ୍ୟା ସଂପର୍କିତ-୧୬ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୯ଟି, ରେଡ୍ କ୍ରସ ପାଣ୍ଠିରୁ ସହାୟତା ପାଇବା ପାଇଁ-୦୭ଟି, ଆଇନ ସହାୟତା ସଂପର୍କିତ-୦୭ଟି ଓ ଅନ୍ୟାନ୍ୟ-୩୯ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ୦୮ଟି ଅଭିଯୋଗର ଶୁଣାଣି କରାଯାଇ ସଙ୍ଗେ ସଙ୍ଗେ ଫଇସଲା କରାଯାଇଥିଲା। ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ସୁଦ୍ଧା ସିଂ, ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ସଚ୍ଚିଦାନନ୍ଦ ସାହୁ, ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଞରୀ ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ଦିଲ୍ଲିପ୍ କୁମାର ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟପୀର ସାହୁ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.