Home ଜିଲ୍ଲା ପରିକ୍ରମା ଜିଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଜିଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

13

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ପୁଃନର୍ବାସ ଓ ଅନୁସନ୍ଧାନ କେନ୍ଦ୍ର (ସିଆରଏସ୍‌ଆର) ପରିସରରେ ମାନସିକ ରୋଗୀ ଓ ମାନସିକ ଅନଗ୍ରସର ତଥା ମାନସିକ ପ୍ରତିବଦ୍ଧକତା ସମ୍ବନ୍ଧରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଭଦ୍ରକ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଶ୍ୱ ମାନସିକ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ପୂଣ୍ୟଶ୍ଲୋକ ରଥଙ୍କ ଅଧ୍ୟକ୍ଷତାରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ଏକ ଆଇନ୍ ସଚତେନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥିଭାବେ ସି.ଆର.ଏସ୍‌.ଆର.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ଼. ଭଗବାନ ପରିଡ଼ା, ଅଧ୍ୟକ୍ଷ ଡ଼. ଅରୁଣ ଲେଙ୍କା, ଏଲ.ଏ.ସି. ପ୍ରତିପକ୍ଷ ଅଧିବକ୍ତା ଡ଼. ତାପସ କୁମାର ମହାନ୍ତି ଓ ବି.ଆର.ଏସ୍‌.ଆର. ର ରାଜେନ୍ଦ୍ର ବିଶ୍ୱାଳ ପ୍ରମୁଖ ଅନ୍ୟ ବିଭାଗୀୟ ଡ଼ାକ୍ତର ଉପସ୍ଥିତ ରହି ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ ପରିପ୍ରେକ୍ଷୀରେ ମାନସିକ ରୋଗୀ ଓ ଅନଗ୍ରସର ବ୍ୟକ୍ତିଙ୍କ ପାଇଁ ଉର୍ଦ୍ଦିଷ୍ଟ ଆଇନଗତ ଅଧିକାର ଓ ଅଭିଭାବକମାନେ କିପରି ଏହି ବିଷୟରେ ଅବଗତ ଓ ଉପକୃତ ହେବେ ତାହା ଭଦ୍ରକ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସହ ଯୋଗାଯୋଗ କରିପାରିବେ ବୋଲି ଉଚିତ୍ ପରାମର୍ଶ ବିଶେଷକରି ସଚିବ ପୂଣ୍ୟଶ୍ଲୋକ ରଥ ମହୋଦୟ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାୟ ୧୫ଜଣ ଦିବ୍ୟାଙ୍ଗଙ୍କୁ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଉପକରଣ ଯଥା ଟ୍ରାଇସାଇକେଲ (ବ୍ୟାଟେରୀ ଚାଳିତ), ହୁଇଲଚେୟାର, କୃତ୍ରୀମ ଅଙ୍ଗ, ଆଶାବାଡ଼ି ଇତ୍ୟାଦି ବଣ୍ଟନ କରାଯାଇଥିଲା । ଶେଷରେ ଡ଼. ଭଗବାନ ପରିଡ଼ା, ସି.ଆର.ଏସ୍‌.ଆର.ର ମାନସିକ ରୋଗୀ ତଥା ମାନସିକ ପ୍ରତିବନ୍ଧକତା ଉପରେ ବିଶେଷ ଟିପଣୀ ଓ ଅଭିଭାବକଙ୍କର ଭୂମିକା ତଥା ନିଜର ଅଭିଜ୍ଞତା ବ୍ୟାଖା କରିଥିଲେ ଓ ଜିଲ୍ଳା ଆଇନସେବା ପ୍ରାଧିକରଣର ଭୂମିକା ଓ ସମସ୍ତ କର୍ମଚାରୀମାନେ ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.