Home ଜିଲ୍ଲା ପରିକ୍ରମା ଜିଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

ଜିଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ

9

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପାଳିତ ହୋଇଯାଇଛି। ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍‌,ଭଦ୍ରକ ବିଧାୟକ୍ ସୀତାଂଶୁ ଶେଖର ମହାପାତ୍ର,ବାସୁଦେବପୁର ର ବିଧାୟକ ଅଶୋକ ଦାସ, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଅତିରିକ୍ତ ଜିଲ୍ଲପାଳ ସରୋଜ ଦତ, ବାସୁଦେବପୁର ବ୍ଲକ ଅଧକ୍ଷ ନଗେନ୍ଦ୍ର ବିଶ୍ୱାଳ, ଜିଲ୍ଲା ମୁଖ୍ୟ କୃଷି ଅଧକାରୀ ଦିବାକର ସେଠୀ, ରାଣିତାଲ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସଞ୍ଜୟ ମହାନ୍ତି,କୃଷି ବୈଜ୍ଞାନିକ ବିଶ୍ୱ ରଂଜନ ନାୟକ ପ୍ରମୁଖ ଯୋଗ ଦେଇ ଅକ୍ଷୟ ତୃତୟା ରେ ପୁଜାର୍ଜନ କରି କ୍ଷେତରେ ଅଖିମୁଠି ଅନୁକୂଳ କରିଥିଲେ। ଖରିଫ ୨୦୨୫ ମୁଖ୍ୟମନ୍ତ୍ରୀ କିଶାନ ସହାୟତା ରାଶି ହସ୍ତାନ୍ତର କାର୍ଯ୍ୟକ୍ରମରେ ମନ୍ତ୍ରି ଶ୍ରୀ ସୁରଜ୍‌, ବିଧାୟକ, ଜିଲ୍ଲପାଳ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଭଦ୍ରକ ଜିଲ୍ଲା ରେ ୨ ଲକ୍ଷ ୫ ହଜାର ନାମ ମାତ୍ର ଚାଷୀଙ୍କୁ ୨ ହଜାର ଟଙ୍କା ବ୍ୟାଙ୍କ ଖାତା କୁ ଯିବ ବୋଲି ସୂଚନା ଦେଇଥିଲେ। କୃଷକ ଙ୍କ ଆୟ ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇ ଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୁରଜ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିଲାର ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜିଠାରୁ ୨୧ ଦିନ ପର୍ଯ୍ୟନ୍ତ ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ବାବାମଣିଙ୍କ ଠାରେ ପହିଲି ଘର୍ଷଣ ଭୋଗ ନୀତିକାନ୍ତି ସଂପନ୍ନ ହୋଇଛି। ମଣିବାବାଙ୍କ ଯୋଗୀ ଦିଗମ୍ବର ଓ ବଡସିଂହାର ବେଶ ଅନୁଷ୍ଠିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.