ad
ଓଡ଼ିଶା

ଜିଲାପାଳ ହଟାଅ ଆନ୍ଦୋଳନ ଆରମ୍ଭ ଘୋଷଣା କଲା ଭାଜପା – ତିତିଲି ପରିଚାଳନାରେ ଜିଲା ପ୍ରଶାସନ ବଫଳ

ରାୟଗଡା ୧୩/୧୦ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ) – ଶନିବାର ଠାରୁ ରାୟଗଡା ଜିଲା ଭାରତୀୟ ଜନତା ପାର୍ଟୀ (ଭାଜପା) ଜିଲାପାଳ ହଟାଅ ଜିଲା ବଚାଅ ଆନ୍ଦୋଳନ ଆରମ୍ଭ କରିଥିବା ଘୋଷଣା କରିଛି। ଲୋକଙ୍କ ସୁଖଦୁଖର ସାଥି ହୋଇପାରିନଥିବା ଜିଳାପାଳ ଜିଲାରେ କ୍ଷଣିକ ପାଇଁ ମଧ୍ୟ ରହିବାର ଅଧିକାର ନାହିଁ। ସେ ଲେକଙ୍କ ସେବା କମ ରାଜନୀତିରେ ମଗ୍ନ ରହି ଉଦଘାଟନ ଓ ଦଳୀୟ କାର୍ଯ୍ୟ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଟ ନେତା ତଥା ଆଦିବାସୀ ମହାସଙ୍ଘର ଉପସଭାପତି ବସନ୍ତ ଉଲାକା ଅଭିଯୋଗ କରିଛନ୍ତି। ପୂର୍ତ୍ତବିଭାଗ ଡାକ ବଙ୍ଗଳାରେ ଅନୁଷ୍ଟିତ ଏକ ସମ୍ମିଳନୀରେ ସେ ଆହୁରି କହିଛନ୍ତି ଯେ, ସାମୁଦ୍ରୀକ ଝଡ ତିତଲି ପରେ ଜିଲାବାସୀଙ୍କୁ ସହାୟତା ପ୍ରଦାନରେ ଜିଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଗତ ୩ଦନ ଧରି ଲୋକେ ସହର ଭିତରେ ପାଣିପାଇଁ ସଙ୍ଘର୍ଷ କରୁଛନ୍ତି। ଏହାର ମୁକବଲା ତଥା ପରିଚାଳନା କରିବାରେ ଜିଲାପାଳ ଗୁହା ପୁନମ ତାପସ କୁମାର ସମ୍ପୂର୍ଣ୍ଣ ଅକର୍ମଣ୍ୟ ସାବ୍ୟସ୍ତ ହୋଇଛନ୍ତି। ତେଣୁ ଆଜିଠାରୁ ଭାଜପା ଜିଲାପାଳ ହଟାଅ ରାୟଗଡା ଜିଲା ବଚାଓ ଶ୍ଲୋଗାନ ଦେଇ ଆନ୍ଦୋଳନ ଆରମ୍ଭ କରିଛି। ଜିଲାପାଳ ନହଟିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ କରାଯିବ ବୋଲି ସମ୍ମିଳନୀରେ ଉଲାକା ମତବ୍ୟକ୍ତ କରିଛନ୍ତି। ଭୟଙ୍କର ବାତ୍ୟା ଆସୁଛି ବୋଲି ପୂର୍ବରୁ ସତର୍କ କରାଯାଇଥିଲା। ତୁହାକୁ ତୁହା ଗଣମାଧ୍ୟମରେ ଡାକରା, ମୁଖ୍ୟମନ୍ତ୍ରୀଙ୍କ ଠାରୁ ବାରମ୍ବାର ସୂଚନା ପ୍ରଦାନ କରଯାଇଥିଲା। କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପୂର୍ବ ପ୍ରସ୍ତୁତି କରାଯାଇନଥିଲା। ଫଳରେ ସମଗ୍ର ଜିଲାକୁ କ୍ଷତି ପହଞ୍ଚାଇଛି ତିତିଲି। ଏଥିପାଇଁ କେବଳ ଜିଲାପାଳହିଁ ଦାୟୀ ବୋଲି ଭାଜପା ଅଭିଯୋଗ କରିଛି। ତିତିଲିର ପ୍ରଭାବ ରୋଗୀଙ୍କ ଉପରେ ମଧ୍ୟ ପଡିଛି। ପୂର୍ବ ପ୍ରସ୍ତୁତି ନଥିବାରୁ ଚିକିତ୍ସାଳୟରେ ବିଦ୍ୟୁତ ସରବରାହ କଟିଯାଇଥିଲା। ଫଳର ବାତ୍ୟାର ୨ଦନ ପର୍ଯ୍ୟନ୍ତ ରୋଗୀ ଖାଦ୍ୟ ଓ ପାଣି ମଧ୍ୟ ପାଇପାରିନଥିଲେ। ଏଭଳି ଦୁର୍ଦିନରେ ଲୋକେ ରହିଥିବା ବେଳେ ପ୍ରଶାସନ ଲୋକଙ୍କ ନିକଟରେ ଉପସ୍ଥିତ ରହିବା ପରିବର୍ତ୍ତେ ଆମ୍ବୁଲାନ୍ସ ଉଦଘାଟନ କରି ଫଟୋ ବାହାର କରିବାରେ ନିମଗ୍ନ ରହିବା ଅତି ଲଜ୍ୟାକର ବିଷୟ ବୋଲି ଉଲାକା ମତବ୍ୟକ୍ତ କରିଛନ୍ତି। ସାଥିରେ ସାଂସଦ, ବିଧାୟକଙ୍କୁ ଧରି ଉଦଘାଟନ କରିବା ଘଟଣାକୁ ସାରା ଜିଲା ନିନ୍ଦା କରୁଛି। ସେହିପରି ଗତ କିଛିଦିନର କାର୍ଯ୍ୟପଦ୍ଧତିକୁ ଅନୁଧ୍ୟାନ କଲେ ଜଣାପଡେଯେ, ଲୋକଙ୍କ ସେବା କମ ଉଦଘାଟନ, ସଭା ସମିତିରେ ବହୁ ସମୟ ଜିଲାପାଳ ଦେଉଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ସେ ପ୍ରଶାସକ ନୁହେଁ ଶାସକ ଦଳର କର୍ମୀ ବୋଲି ସଙ୍ଗିନ ଅଭିଯୋଗ ଉଲାକା ଆଣିଛନ୍ତି। ଗୋଟିଏ ପଟେ ହାଜାର ହାଜାର ଏକର ଜମିରେ ଧାନ ମାଟିରେ ଲୋଟୁଛି। କ୍ଷେତ୍ରକୁ ନଯାଇ ଜିଲାରେ ବସିରରହି ଆକଳନ ଚାଲିଛି। ଆଶ୍ଚର୍ଯ୍ୟର କଥାଯେ, ତିତଲି ପୂର୍ବ ରାତିରେ ସରୁକ୍ଷା ନୁହେଁ ଜିଲାପାଳ ଏକ ତାରକା ହୋଟେଲରେ ସହରର ଜଣେ ବ୍ୟକ୍ତିଙ୍କ ଦ୍ୱାର କାଳ୍ପନିକ ହ୍ୱାଟସଅପ ଗୃପ ଦ୍ୱାରା ଆୟୋଜିତ ବୈଠକରେ ଯୋଗଦେଇଥିଲେ। ‘ସିଟି ଡବଲପମେଣ୍ଟ‘ ନାମରେ ନାମିତ ଗୃପର ରାତ୍ରୀ ବୈଠକରେ ଉପସ୍ଥିତ ରହି ସମୟ ବିତାଇଥିଲେ। ଯାହାକି ଅତି ଦୁର୍ଭାଗ୍ୟର କଥା ବୋଲି ସେ କହିଛନ୍ତି। ସବୁଠାରୁ ବିଡମ୍ବନାର କଥାଯେ, ସାଧାରଣ ଲୋକେ ସାକ୍ଷାତ ପାଇଁ ଅନୁରୋଧ ପତ୍ର ଦେଇ ଦିନଦିନ ଧରି ଅପେକ୍ଷା କରିବାକୁ ପଡୁଛି। ଲୋକଙ୍କ ପାଇଁ ଜିଲାପାଳଙ୍କ ନିକଟରେ ସମୟନାହିଁ। କିନ୍ତୁ ଶାସକ ଦଳର ଲୋକଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ରହୁଛି ବୋଲି ସେ କହିଛନ୍ତି। ତେଣୁ ଆଜିଠାରୁ ଜିଲାପାଳ ହଟାଅ ଜିଲା ବଚାଅ ଆନ୍ଦୋଳନ ଆରମ୍ଭ ହୋଇଛି ସାରା ଜିଲାର ଗଳିକନ୍ଦିରେ ଏହି ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଯିବ ବୋଲି ସେ ସମ୍ମିଳନୀରେ ଘୋଷଣା କରିବା ସହ ଲୋକଙ୍କ ସ୍ୱାର୍ଥରେ ବାଧା ଆଣୁଥିବା ସମସ୍ତ ଅଧିକାରୀଙ୍କୁ ସେ ସାବଧାନ କରାଇଛନ୍ତି। ଏହି ସମ୍ମିଳନୀରେ ଆଦିବାସୀ ନେତା ପ୍ରତାପ ପୁଆଲା, ବାସା ମାଣ୍ଡାଙ୍ଗି, ଗଙ୍ଗରାଜ ବିଡିକା, ରାଜେନ୍ଦ୍ର ବିଡିକ, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ନୀଳାଦ୍ରି ବିହାରୀ ପାତ୍ର, ଯୁବନେତା ଶେଖ ସୁବାନି, ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top