Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଇ-ପେପର ଲେସ୍ ଓ୍ବାର୍କ ଆରମ୍ଭ

ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଇ-ପେପର ଲେସ୍ ଓ୍ବାର୍କ ଆରମ୍ଭ

24

ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଶାସନକୁ ଅଧିକ ଲୋକାଭିମୁଖୀ ଓ କ୍ରିୟାଶୀଳ କରିବା ଉଦ୍ଧେଶ୍ୟରେ ୫-ଟି ଉପକ୍ରମ ଅଧୀନ ଅନେକଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାମଧ୍ୟରୁ ଜନସାଧାରଣଙ୍କୁ ତୁରନ୍ତ ପ୍ରଶାସନିକ ସେବା ଯୋଗାଇଦେବା ସହ ସ୍ବଚ୍ଛତା ବଜାୟ ରଖିବା ଓ ସ୍ବଳ୍ପ ସମୟ ଭିତରେ ପ୍ରଶାସନିକ କାର୍ଯ୍ୟ ସଂପାଦନ କରିବା ପାଇଁ ଓଏସ୍ଡବ୍ଲ୍ୟୁଏଏସ୍ (ଓଡ଼ିଶା ଷ୍ଟେଟ୍ ଓ୍ବାର୍କ ଫ୍ଲୋ ଅଟୋମେସନ) ପ୍ରଚଳନ ବ୍ୟବସ୍ଥା ଅନ୍ୟତମ। ଏହି େଓ୍ବବ୍ ଆପ୍ଲିକେସନ (ପେପର ଲେସ୍ ଓ୍ବାର୍କ) ୨୦୧୩ ରେ ରାଜ୍ୟ ସଚ୍ଚିବାଳୟରେ କାର୍ଯ୍ୟକାରୀ ହେବା ପରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ଜିଲାସ୍ତରରେ ସମସ୍ତ ଜିଲାପାଳ ଓ ଜିଲା ପୁଲିସ୍ ମୁଖ୍ୟଙ୍କ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟ କରିବା ପାଇଁ ଗୁରୁତ୍ବ ଦିଆଯାଇଛି। ଭଦ୍ରକ ଜିଲା ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ପ୍ରଥମେ ଏସ୍ପି ଅଫିସ୍‌ ରେ କାର୍ଯ୍ୟକାରୀ ହେବା ପରେ ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଏହି ପେପର ଲେସ୍ ଓ୍ବାର୍କ ପ୍ରଚଳନ ବ୍ୟବସ୍ଥା ଗତକାଲି ଠାରୁ ଆରମ୍ଭ ହୋଇଛି। ଏଥିସକାଶେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ବରର ଓଏସ୍ଡବ୍ଲ୍ୟୁଏଏସ୍ ର ଅଭିଜ୍ଞ ସଂପନ୍ନ ପ୍ରଶିକ୍ଷକମାନେ ଏହି ସିଷ୍ଟମ ଉପରେ ପ୍ରଶାସନିକ ମୁଖ୍ୟ ଓ ଅଧିକାରୀମାନଙ୍କୁ ତାଲିମ ଦେବା ପରେ ଏବେ ଏହି ବ୍ୟବସ୍ଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି। ପ୍ରକାଶେଯାଗ୍ୟ ପୂର୍ବରୁ ସରକାରୀ କାଗଜପତ୍ରରେ ଦପ୍ତରରୁ ଦପ୍ତର ମୁଖ୍ୟ ଓ ଜିଲା ପ୍ରଶାସନିକ ମୁଖ୍ୟମାନଙ୍କୁ ଫାଇଲ୍ ଆଦାନ ପ୍ରଦାନ ହେଉଥିଲା। ଫଳରେ ନାନାଦି ଅସୁବିଧା ସୃଷ୍ଟି ହେଉଥିଲା। ଫାଇଲ୍ ମୋମେରେ କେତେକ ଅସାଧୁ କର୍ମଚାରୀ ମନ୍ଦ ଉଦ୍ଧେଶ୍ୟ ରଖି କାଳକ୍ଷେପଣ ନୀତି ଅବଲମ୍ବନ କରୁଥିଲେ। ଫଳରେ ଜନସାଧାରଣ ନ୍ୟାୟ ପାଇଁ ବାରମ୍ବାର ସଂପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କ ନିକଟକୁ ଦୌଡିବାକୁ ପଡୁଥିଲା। ନ୍ୟାୟ ପାଇବାରେ ବିଳମ୍ବ ଘଟୁଥିଲା। ଏହାବ୍ୟତୀତ ଦକ୍ଷତା କର୍ମଚାରୀ ଓ ଅଧିକାରୀ ବଦଳି ଓ ଅବସର ସମୟରେ ଫାଇଲ୍ ଚାର୍ଜ ଦେବା ନେଇ ନାନାଦି ସମସ୍ୟା ସୃଷ୍ଟି ହେଉଥିଲା। ଅନେକ ସମୟରେ ଫାଇଲ୍ ଗାଏବ ହେବାର ନଜିର ମଧ୍ୟ ରହିଛି। ଅପରପକ୍ଷରେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଗୁରୁତ୍ବପୂର୍ଣ୍ଣ ପ୍ରଶାସନିକ ରେକର୍ଡପତ୍ର ମଧ୍ୟ ଛିନ୍ନଭିନ୍ନ ହୋଇ ନଷ୍ଟ ହୋଇଯାଉଥିଲା। ପୁରୁଣା ରେକର୍ଡ ଖୋଜି ବାହାର କରିବା କଷ୍ଟକର ହେଉଥିଲା। ଏହି ପେପର ଲେସ୍ ଓ୍ବାର୍କ ପ୍ରଚଳନ ବ୍ୟବସ୍ଥା ଏହିସବୁ ସମସ୍ୟାର ସମାଧାନ କରିବା ସହ ସଂପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖôବ ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମତପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.