Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ରାତିଅଧିଆ ଡାକ୍ତରଖାନା ଚଢାଉ ପ୍ରସଙ୍ଗ, କାର୍ଯ୍ୟରେ ଅବହେଳା ନେଇ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ...

ଜିଲାପାଳଙ୍କ ରାତିଅଧିଆ ଡାକ୍ତରଖାନା ଚଢାଉ ପ୍ରସଙ୍ଗ, କାର୍ଯ୍ୟରେ ଅବହେଳା ନେଇ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍

23

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଶୁ ମାତୃ ଚିକିତ୍ସାଳୟରେ ଜିଲାପାଳଙ୍କ ରାତିଅଧିଆ ଚଢାଉ ପରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସେ ଦୁଇଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଜିଲାପାଳ ଦିଲ୍ଲୀପ ରାଉତରାୟ ରୋଗୀଙ୍କ ଅଭିଯୋଗ ମୂଳେ ଗତ ରବିବାର ରାତିରେ ଗେଲପୁରରେ ଥିବା ଶିଶୁ ମାତୃ ଚିକିତ୍ସାଳୟରେ ରାତିଅଧରେ ପହଂଚିଥିଲେ। ସେଠାରେ ପହଂଚି ପୌରାଂଚଳ ଅଧୀନସ୍ଥ ୧୨ ନଂ ୱାର୍ଡର ସଦାଶିବ ମହାରଣାଙ୍କ ୫ ମାସର ଶିଶୁପୁତ୍ର ଥଣ୍ଡା ରୋଗରେ ଆକ୍ରାନ୍ତ ଥାଇ ଗୁରୁତର ଥିବାର ଦେଖିଥିଲେ। ତାଙ୍କ ପରିବାର ଲୋକେ ହେଲଥ୍ ଡେକ୍ସରେ ଟୋକନ କରିବା ପରେ ୪ ମହଲା ଶିଶୁ ବିଭାଗକୁ ଯିବା ପରେ ଜନୈକ ଆଟେଣ୍ଡାଂଟ ଏଠାକୁ କାହିଁକି ଆଣିଲ ବୋଲି ପ୍ରଶ୍ନ କରି ଫେରାଇ ଦେଇଥିଲେ। ଫଳରେ ପିତା ଶ୍ରୀ ମହାରଣା ଏ ସଂପର୍କରେ ଜିଲାପାଳଙ୍କୁ ଫୋନ୍‌ରେ ଅଭିଯୋଗ କରିବା ପରେ ସେ ସଂଗେ ସଂଗେ ନୂତନ ମେଡିକାଲରେ ପହଂଚି ସମସ୍ତ ଘଟଣା ଅବଗତ ହୋଇଥିଲେ। ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ରେ ତାଗିଦ କରିଥିଲେ। ପରବର୍ତୀ ସମୟରେ ସଂପୃକ୍ତ ଶିଶୁକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା। ସେହି ସମୟରେ ଅନ୍ୟ ଜଣେ ସାପ କାମୁଡା ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ସମାନ ଅଭିଯୋଗ ଶୁଣି ଜିଲାପାଳ ଡ୍ୟୁଟିରେ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ କେହି ବିଶେଷଜ୍ଞ ଡାକ୍ତର ନଥିବାର ଜାଣିବାକୁ ପାଇଥିଲେ। ଏବଂ ଜିଲାପାଳଙ୍କ ଠାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଫୋନ୍ ପାଇ ଡାକ୍ତର ମନୋରଂଜନ ପାଣିଗ୍ରାହୀଙ୍କୁ ପଠାଇ ସାପ କାମୁଡା ରୋଗୀଙ୍କୁ ଚିକିତ୍ସା କରାଇଥିଲେ। ତେବେ ଏହି ଘଟଣାରେ ଜିଲାପାଳ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁପସ୍ଥିତ ଥିବା ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଙ୍କର ନିର୍ଦ୍ଦେଶ ମୂଳେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅବହେଳା କରିଥିବା ଦୁଇ ଡାକ୍ତର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଶାନ୍ତ ଦାସ ଓ ଡାକ୍ତର ଦୀପକ ଜେନାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.