ad
ଅପରାଧ

ଜାଲିଆତି ଦସ୍ତଖତରେ ସ୍ବୟଂ ସହାୟକ ଗୋଷ୍ଠୀର ଖାତାରୁ ଟଙ୍କା ହଡ଼ପ ଅଭିଯୋଗ

ହରିଚନ୍ଦନପୁର, ତା ୨୯ ମାର୍ଚ୍ଚ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ସରକାର ନାରୀମାନଙ୍କୁ ବିକାଶ ଦିଗରେ ପହଞ୍ଚାଇବା ଦିଗରେ ଦୃଢ ପଦକ୍ଷେପ ନେଇ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି। ସେହି ଯୋଜନା ଗୁଡିକ ନାରୀମାନଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁଛି କି ନାହିଁ ତାହାର ସଠିକ୍ ତଦାରଖ କରାଯାଉ ନାହିଁ। ଯାହା ଫଳରେ ଯୋଜନା ଗୁଡିକର ଅର୍ଥକୁ ଅନେକ କର୍ମଚାରୀ ମନମୁଖୀ ଭାବେ ହରିଲୁଟ କରିଚାଲିଛନ୍ତି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି ସଦସ୍ଯାମାନଙ୍କ ଦସ୍ତଖତକୁ ଜାଲିଆତି କରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଏଥିସହ ସଦସ୍ୟାମାନେ ଏହାର ପ୍ରତିବାଦ କଲେ ସେମାନଙ୍କୁ ଧମକ ମିଳୁଥିବାର ଅଭିଯୋଗ ହୋଇଛି। ଏହିଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ରାସୋଳ ଗ୍ରାମ ପଞ୍ଚାୟତର ବଳିପର୍ବତ ଗ୍ରାମରେ ଦେଖିବାକୁ ମିଳିଛି। ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ମଞ୍ଜୁଶ୍ରୀ ଦାଶଙ୍କ ନାମରେ ଅର୍ଥ ହଡପ ଅଭିଯୋଗ ଆଣିଛନ୍ତି ଗୋଷ୍ଠୀର ସମସ୍ତ ସଦସ୍ୟା। ଅଭିଯୋଗ ଅନୁଯାୟୀ ସଭାପତି ଚଞ୍ଚକତା କରି କୌଣସି ସଦସ୍ୟାମାନଙ୍କୁ ନଜଣାଇ ଦସ୍ତଖତ ଗୁଡିକୁ ଜାଲିଜାତି କରି ଦୁଇ ଥରରେ ୭୪ ହଜାର ଟଙ୍କା ଉଠାଇ ଆତ୍ମସାତ କରିଛନ୍ତି। ମଞ୍ଜୁଶ୍ରୀ ଦାଶ ମହାଲକ୍ଷ୍ମୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ରହିବା ସହ କେତେକ ଗୃପ ଗୁଡିକର ତଦାରଖ କରିବା ନିମନ୍ତେ ସି ଆର ପି ଭାବରେ ନିଯୁକ୍ତି ପାଇଛନ୍ତି। ମହିଳାମାନଙ୍କର ବିକାଶ କରିବା ବଦଳରେ ମହିଳା ଜଣକ ମହିଳାଙ୍କ କିପରି ବିନାଶ କରୁଛନ୍ତି ତାହାର ପ୍ରମାଣ ମିଳିଛି। ଗତ ୩୧/୧୦/୧୮ ରିଖ ରାଜ୍ୟ ସରକାରଙ୍କ ମିଶନଶକ୍ତି ଜରିଆରେ ଏହି ଗୋଷ୍ଠୀକୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ହେଲେ ସେହି ଅର୍ଥକୁ ସଭାପତି ମଞ୍ଜୁଶ୍ରୀ ଦାଶ ସଂପାଦକ ଓ ଅନ୍ୟ ସଦସ୍ୟାଙ୍କ ଦସ୍ତଖତକୁ ଜାଲିଆତି କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଛନ୍ତି। ଏଥି ସହ ଗତ ୬/୨/୧୯ ତାରିଖ ଦିନ ଅନୁରୂପ ଢଙ୍ଗରେ ସଦସ୍ୟାମାନଙ୍କ ଅଜାଣତରେ ପୁଣିଥରେ ଦସ୍ତଖତକୁ ଜାଲିଜାତି କରି ୨୪ ହଜାର ଟଙ୍କା ଉଠାଇ ନେଇଥିବାର ଜଣାପଡିଛି। ଖାଲି ଏହି ଗୃପ ନୁହେଁ ଏହି ଅଞ୍ଚଳରେ ଅନ୍ଯ ଗୃପ ଗୁଡିକରେ ମଧ୍ୟ ଏହିଭଳି ଅର୍ଥ ହରିଲୁଟ ହୋଇଥିବ ବୋଲି ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ନାରଣ ପୂର୍ତ୍ତି ଓ ସଦସ୍ୟାମାନେ ଦାବି କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top