Home ଆନ୍ତର୍ଜାତୀୟ ଜାତିସଂଘରେ ହତାଶ ହେଲା ପାକ୍

ଜାତିସଂଘରେ ହତାଶ ହେଲା ପାକ୍

1446

ନୂଆଦିଲ୍ଲୀ,୧୭/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଜାମ୍ମୁ-କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ବିରୋଧରେ ଜାତିସଂଘ ନିରାପତ୍ତା ପରିଷଦରେ ବୈଠକରେ ପାକିସ୍ତାନ ଓ ଚୀନକୁ ଝଟକା । ଏଥିସହ ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବାରେ ସେମାନେ ବିଫଳ ହୋଇଛନ୍ତି । ଭାରତ ସପକ୍ଷରେ ବାହାରିଛି ରୁଷ । କହିଛି କାଶ୍ମୀର ସମସ୍ୟା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ । ସେହିପରି ଟଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଆକ୍‌ବୁରଦ୍ଦିନ କହିଛନ୍ତି, ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, ଇସଲାମବାଦ ପ୍ରଥମେ ଆତଙ୍କବାଦ ବନ୍ଦ କରୁ । ତା ନହେଲେ କଥାବାର୍ତ୍ତା ଆରମ୍ଭ କରାଯିବା ସମ୍ଭବ ନୁହେଁ । ଏକ ନିର୍ଦ୍ଦିଷ୍ଟ ରାଷ୍ଟ୍ର ଭାରତରେ ହିଂସାକାଣ୍ଡ ପାଇଁ ଜିହାଦକୁ ପ୍ରୋତ୍ସାହିତ କରୁଛି । ସମ୍ବିଧାନର ଧାରା ୩୭୦ ହଟାଇବା ଆଭ୍ୟନ୍ତରୀଣ ବ୍ୟାପାର ବୋଲି ସେ ସ୍ପଷ୍ଟ କରିଛନ୍ତି । କହିଛନ୍ତି ଜାମ୍ମୁକାଶ୍ମୀରର ବିକାଶ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.