Home ଜିଲ୍ଲା ପରିକ୍ରମା ଜଳ କର ଦେଇ ଚାଷୀକୂଳ ପାଉନାହାଁନ୍ତି ବୁନ୍ଦାଏ ଜଳ! ଇନ୍ଦ୍ରଦେବ ହିଁ ଭରଷା

ଜଳ କର ଦେଇ ଚାଷୀକୂଳ ପାଉନାହାଁନ୍ତି ବୁନ୍ଦାଏ ଜଳ! ଇନ୍ଦ୍ରଦେବ ହିଁ ଭରଷା

8

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକରେ ପ୍ରବାହିତ ହେଉଥିବା ପାଂଚ ନମ୍ବର କେନାଲଟି ପ୍ରାୟ ୧୬.୩ ଜିଲାମିଟର ପର୍ଯ୍ୟନ୍ତ ଲମ୍ବିଛି । ଏହି କେନାଲଟି ପାଂଚ ଛଅଟି ପଂଚାୟତ ଦେଇ ପ୍ରବାହିତ ହୋଇଛି। କେନାଲ ଉପରେ ନିର୍ଭର କରନ୍ତି ୧୮ ହଜାର ଚାଷୀ ।କେନାଲରେ ସଫେଇ ଓ କାଡ଼ା ନଳ ସୁବିଧା ନ ଥିବାରୁ ଏହି ପଂଚାୟତମାନଙ୍କରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ଖରିଫ ଚାଷ ପାଇଁ ପାଣିର ଆବଶ୍ୟକତା ଥିବାବେଳେ କେନାଲ ରେ ସଫେଇ ର ଅଭାବ ଯୋଗୁଁ କେନାଲ ଜଳ ବିଲ ପର୍ଯ୍ୟନ୍ତ ଯାଇ ପାରୁ ନାହାଁନ୍ତି।ଚାଷୀ ଜଳକର ଦେଇ ସୁଦ୍ଧା ବୁନ୍ଦାଏ ଜଳ ପାଇ ପାରୁନାହାନ୍ତି। କେନାଲ ଦ୍ୱାରା ଜଳସେଚିତ ହେଉଥିବା ଚାଷଜମିଗୁଡିକର ଚାଷୀମାନେ କେନାଲ ଉପରେ ନିର୍ଭର କରି ଏବେ ହତାଶ ହୋଇଗଲେଣି କେନାଲ ଡିଭିଜନ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ! ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଏନେଇ ଜଣାଇଥିଲେ ମଧ୍ୟ ଚାଷୀମାନେ ଜଳ ପାଉନାହାନ୍ତି ଧାମନଗର ବ୍ଳକରେ ରେବ, କପାଳି, କୋଚିଳା, ଗେଙ୍ଗୁଟି ଓ କଣ୍ଡିଆ ଆଦି ଯାଇଛି! କିନ୍ତୁ ଏସବୁ ନଦୀ ଜଳକୁ ସଂରକ୍ଷିତ କରି କୃଷି କାର୍ଯ୍ୟରେ ବିନିଯୋଗ କରିବା ପାଇଁକୌଣସି ପଦକ୍ଷେପ ନିଆଯାଇନାହିଁ। ଯାହାର ପରିଣାମ ସ୍ୱରୂପ ଏବେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି! କୋଠାର ଠାରୁ ତଳିଆ ଅଂଚଳକୁ ପୂର୍ବ ଦିଗରେ କେନାଲର ସୁବିଧା ନ ଥିବାରୁ ପ୍ରାୟ ଦଶଟି ପଞ୍ଚାୟତ କେବଳ ନଦୀ ଜଳ ଉପରେ ନିର୍ଭର କରନ୍ତି! ଯେଉଁ ଅଂଚଳରେ ଉଠା ଜଳସେଚନର ସୁବିଧା ରହିଛି ସେ ଅଂଚଳରେ ବୀର୍ଘ ଦିନ ଧରି ଉଠା ଜଳସେଚନ ପ୍ରକଳ୍ପଗୁଡିକ ଅଚଳ ହୋଇପଡ଼ିଛି! ଗୋବିନ୍ଦପୁର ପଂଚାୟତ ସମେତ ଅନେକ ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ବିପର୍ଯ୍ୟସ୍ତ କଲ୍ୟାଣୀ, ଗୋବିନ୍ଦପୁର, କାକୁଡିଗଡ଼ିଆ, ଉଚ୍ଚପଦା, ବମକୁରା, ପତ୍ରୀସାହି, ସରପୁର, କଷଟି, ଅଜମତପୁର, କୋରୁଆ, ଝାରଡ଼ିଆ, ଗଢିଆଳି, ଫତେପୁର୍ ଇତ୍ୟାଦି ଅଂଚଳରେ ଜଳାଭାବ ପାଇଁ ଉତ୍କଟ ମରୁଡି ପରିସ୍ଥିତିକୁ ସାମନା କରିବାକୁ ଯାଉଛି! ତୁରନ୍ତ ୫,ନମ୍ବର କେନାଲ ରେ ଜଳ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି!ବିଶେଷ କରି ଗୋବିନ୍ଦପୁର ମୌଜା ରେ ଉପର ବିଲ ଓ ବଣ ବିଲ ରେ ଜଳାଭାବ ଯୋଗୁଁ ୩୫ ଏକର ଜମି ରେ ମରୁଡି ପରିସ୍ଥିତି ଉପୁଜିଛି। ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ର ରୌଦ୍ର ତାପ ରେ ନଈ ନାଳ ଶୁଖି ଯାଇ ଆହୁରି ଚାଷୀର ଚିନ୍ତା କୁ ବଢାଇ ଦେଇଚି। ନା ଅଛି କେନାଲ ର ଜଳ, ନା ନଦି ଜଳ କିଛି ନାହିଁ। କେବଳ ଇନ୍ଦ୍ରଦେବ ହିଁ ଭରଷା।ଯଦି ଆଗାମୀ ଦିନରେ ଚାଷୀ କୁଳ ଙ୍କ ସମସ୍ୟା ର ସମାଧାନ ନ ହୁଏ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆ ଯାଇଛି। ଚାଷୀ ଗଣ ତଥା ବିଦ୍ୟାଧର ଦାସ, ଭାଗିରଥି ଦାସ, ବିଦ୍ୟାଧର ବସନ୍ତିଆ, ଅନିଲ ଜେନା, ଜୟଦେବ ସାହୁ, ଜାଗର ସାହୁ, ଲକ୍ଷ୍ମଣ ନାଥ, ଅକ୍ଷୟ ନାଥ, ବ୍ରହ୍ମାନନ୍ଦ ଜେନା, ନିରାକାର ଜେନା ପ୍ରମୁଖ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.