Home ଓଡ଼ିଶା ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଉପରେ ମୋହର ମାରିଲେ ରାଷ୍ଟ୍ରପତି

471

ନୂଆଦିଲ୍ଲୀ , ୦୭/୦୮,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ):  ଶେଷରେ ଜମ୍ମୁକାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏବେ  ଜମ୍ମୁକାଶ୍ମୀର ଓ ଲଦାଖ ଅଲଗା ହୋଇଯାଇଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବହୁ ବାଦବିବାଦ ପରେ  ଗତକାଲି ଲୋକସଭାରେ ଜମ୍ମୁ  କଶ୍ମୀର ପୁନର୍ଗଠନ ଉପରେ ବିଲ ଗୃହୀତ ହୋଇଥିଲା । ପରେ ଏହି ବିଲ ସପକ୍ଷରେ ୩୭୦ ଟି ଭୋଟ ପଡିଥିବା ବେଳେ ବିଲ ବିପକ୍ଷରେ ୭୦ ଖଣ୍ଡ ଭୋଟ ପଡିଥିଲା । ସେହିପରି ଗତ ସୋମବାର ଏହା ରାଜ୍ୟସଭାରେ ଗୃହୀତ ହୋଇଥିଲା । ଦୁଇ ସଦନରେ ଗୃହୀତ ହେବା ପରେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯାଇଥିଲା । ତେବେ ଶେଷରେ ରାଷ୍ଟ୍ରପତି ଏହା ଉପରେ ମୋହର ମାରିଛନ୍ତି |

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.