Home ଓଡ଼ିଶା ଜମିରେ କାମକରୁଥିବା ବାପା ଙ୍କ ନିକଟକୁ ଭାତନେଇ ଯାଉଥିବାବେଳେ ବଜ୍ରପାତରେ ଜଣେ ବାଳିକା ମୃତ, ଜଣେ...

ଜମିରେ କାମକରୁଥିବା ବାପା ଙ୍କ ନିକଟକୁ ଭାତନେଇ ଯାଉଥିବାବେଳେ ବଜ୍ରପାତରେ ଜଣେ ବାଳିକା ମୃତ, ଜଣେ ଗରୁତର

255

ମାଲକାନଗିରି, ୨୨ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସ୍ଥ ଏମଭି୭୯ ଥାନା ନାଲାଗୁଠିଂ ପଚାଂୟତ ନିକଟବର୍ତି ଏମପିଭି ୭୪ ଗ୍ରାମର ପରିମଳମଣ୍ଡଳଙ୍କ ଝିଅ ଅର୍ପିତା ମଣ୍ଡଳ(୧୭) ଙ୍କର ବଜ୍ରପାତରେ ମୃତ୍ୟୁଘଟିଥିବା ବେଳେ ସେହି ଗ୍ରାମର ଗୋବିନ୍ଦ ତରଫଦାର ଙ୍କ ଝିଅ ବବିତା ତରଫଦାର(୧୬) ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ଅପରାହ୍ନରେ ଏହି ଦୁଇ ଝିଅଙ୍କ ପରିବାର ଗ୍ରାମମୁଣ୍ଡରେ ଥିବା ଜମିରେ କାମକରିବାକୁ ଯାଇଥିଲେ। ଅର୍ପିତା ଓ ବବିତା ସେହି ଚାଷ ଜମିରେ କାମକରୁଥିବା ପରିମଳ ଙ୍କ ନିକଟକୁ ଭାତ ନେଇଯାଇଥିଲେ, ସେଠାରୁ ଫେରିବା ସମୟରେ ହଟାତ ଘଡଘଡି ମାରି ବର୍ଷା ହୋଇ ଥିଲା, ସେ ଦୁହେଁ ନିକଟରେ ଥିବା ଏକ ଗଛମୁଳରେ ଆଶ୍ରୟନେଇଥିଲେ। ହଟାତ ଘଡଘଡି ବିଜୁଳି ମାରି ବଜ୍ରପାତ ଘଟିଥିଲା, ଏହି ବଜ୍ରଘାତରେ ଅର୍ପିତା ମଣ୍ଡଳ ତଳେକଚାଡି ହୋଇପଡିଥିଲେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ବବିତା ଗୁରୁତର ଭାବେ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କପରିବାର ଓ ଗ୍ରାମବାସୀ ମାନେ ସେଠାରେ ପହଁଚି ଦେଖିଲା ବେଳକୁ ଅର୍ପିତା ଙ୍କର ପ୍ରାଣବାୟୁ ଉଡିଯାଇଛି। ଗ୍ରାମବାସୀ ମାନେ ସେ ଦୁହେଁଙ୍କୁ କାଲିମେଳା ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତର ଖାନାରେ ବବିତା ଚିକିତ୍ସା ହେବାପରେ ସୁସ୍ଥଥିବାର ଜଣାପଡିଛି। ଘଟଣାସ୍ଥଳ ରେ ଏମଭି୭୯ ଥାନ ପୁଲିସ ପହଁଚି ଅର୍ପିତାର ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲାପ୍ରଶାସନପକ୍ଷରୁ ମୃତ ଓ ଆହତ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.