Home ଜିଲ୍ଲା ପରିକ୍ରମା ଜମିବାଡି ଗଣ୍ଡଗୋଳରେ ୨ ଆହତ

ଜମିବାଡି ଗଣ୍ଡଗୋଳରେ ୨ ଆହତ

48

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆ ପଂଚାୟତକୁ ନେଇ ୨ ଜଣଙ୍କର ମୁଣ୍ଡ ଫାଟିଯିବାରୁ ସେମାନଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ତଥ୍ୟ ଅନୁସାରେ କିଆଗଢିଆ ଗ୍ରାମରେ ବିଧାୟକ ପାଣ୍ଠିରୁ କିଛି ଟଙ୍କା ମଂଜୁର ହୋଇଥିଲା ଏକ ରାସ୍ତା ପାଇଁ । କିନ୍ତୁ କିଛି ଗ୍ରାମବାସୀ ରାସ୍ତାଟିର ନିର୍ମାଣ ହେବା ନେଇ ଯେଉଁ ସ୍ଥାନ ନିର୍ଣ୍ଣୟ କଲେ, ତାହା ସେହି ଗ୍ରାମର ସନ୍ତୋଷ ମହାନ୍ତିଙ୍କର ବ୍ୟକ୍ତିଗତ ପ୍ଲଟ୍ ବୋଲି ସେ ଅଭିଯୋଗ କରି ତାହା କରାଇ ଦେଇନଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଆଜି ସକାଳୁ ଗ୍ରାମାଞ୍ଚଳ ପୁଲିସ୍‌, ଅମିନ ଏବଂ କିଛି ଭଦ୍ରଲୋକଙ୍କ ଉପସ୍ଥିତିରେ ଜମି ମାପ ହେବାକୁ ସ୍ଥିର ହୋଇଥିଲା । ସମସ୍ତେ ମଧ୍ୟ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ସେହି ସମୟରେ ରାଜେଶ ନାମକ ଯୁବକ ହଠାତ୍ ଉତ୍ତେଜିତ ହୋଇ ଗୋପାଳ ସ୍ୱାଇଁଙ୍କୁ ଗାଳିଗୁଲଜ କରିଥିଲା । ଝଗଡା ବଢିବା ଫଳରେ ପୁଲିସ୍ ଘଟଣା ସ୍ଥଳରୁ ପଳାୟନ କରିଥିଲେ । ପୁଲିସ୍ ଗଲା ପରେ ଝଗଡା ବଢିବାରେ ଲାଗିଲା । ରାଜେଶ ସ୍ୱାଇଁ ଏବଂ ତାଙ୍କ ଦାଦା ସୁଦର ସ୍ୱାଇଁ ଏବଂ ତାଙ୍କ ଭାଇ ଚନ୍ଦନ ସ୍ୱାଇଁ, ହଠାତ୍ କେହି କିଛି ବୁଝିବା ପୂର୍ବରୁ ଆକ୍ରମଣ କରିଥିଲେ ଗୋପାଳ ସ୍ୱାଇଁଙ୍କ ସ୍ତ୍ରୀ ଲକ୍ଷ୍ମୀ ଓ ପୁଅ ଅକ୍ଷୟଙ୍କୁ । ଦୁଇଜଣଙ୍କ ମୁଣ୍ଡ ଫାଟି ରକ୍ତ ବାହାରିବା ଫଳରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଆଣି ଚିକିତ୍ସା କରାଉଛନ୍ତି ପରିବାର ଲୋକେ । ସେମାନେ ଏବେ ଭଦ୍ରକ ସରକାରୀ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଏନେଇ ଥାନାରେ ଦୁଇ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ପୁଲିସ୍ ଦୁଇପକ୍ଷକୁ ଅଟକ ରଖିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.