Home ଜିଲ୍ଲା ପରିକ୍ରମା ଜବରଦଖଲ ଉଚ୍ଛେଦ ଦାବିକରି ଭିନ୍ନକ୍ଷମ ତହସିଲ ସମ୍ମୁଖରେ ଧାରଣା

ଜବରଦଖଲ ଉଚ୍ଛେଦ ଦାବିକରି ଭିନ୍ନକ୍ଷମ ତହସିଲ ସମ୍ମୁଖରେ ଧାରଣା

89

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକରେ ଦିନକୁଦିନ ସରକାରୀ, ଗୋଚର, ଅନାବାଦି ଜମିକୁ କେତେକ ମୁଷ୍ଟିମେୟ ଲୋକ ଜବରଦଖଲ କରିବା ସହିତ ସ୍ଥାୟୀ ଘର ନିର୍ମାଣ କରିଛନ୍ତି । ଫଳରେ ସାଧାରଣ ଲୋକଙ୍କ ଯାତାୟତରେ ଘୋର ବାଧା ସୃଷ୍ଟି ହେଉଛି । ଏଦିଗରେ ଧାମନଗର ତହସିଲ ସଂପୂର୍ଣ୍ଣ ଭାବେ ସ୍ଥାଣୁ ପାଲଟିଛି । ନିକଟରେ ଦୋବଲ ଅଂଚଳର ଏକ ସରକାରୀ ଜମିକୁ ମାଡି ସ୍ଥାୟୀ ଘର କରାଯାଉଥିବାରୁ ଏନେଇ ସ୍ଥାନୀୟ ଅଂଚଳର ଗ୍ରାମବାସୀ ଧାମନଗର ତହସିଲଦାରଙ୍କୁ ଅବଗତ କରିଥିଲେ ମଧ୍ୟ ତାହାକୁ ଅଣଦେଖା କରି ସଂପୃକ୍ତ ବ୍ୟକ୍ତି ଘର କରୁଛନ୍ତି । ଆଜି ଉକ୍ତ ଗ୍ରାମର ଅଭିଯୋଗକାରୀ ତଥା ବ୍ଲକ ବିକଳାଙ୍ଗ ମଂଚର ସଭାପତି କରୁଣାକର ସାହୁ ଜବରଦଖଲ ଉଚ୍ଛେଦକୁ ନେଇ ଧାମନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଧାରଣାକୁ ସମର୍ଥନ କରି ଓଡିଶା ବିକଳାଙ୍ଗ ମଂଚର ରାଜ୍ୟ ସଂପାଦକ ଅକ୍ଷୟ କୁମାର ସାହୁ, ଜିଲା ସଭାପତି ଯଦୁମଣି ଦାସ, ମନୋରଂଜନ ତ୍ରିପାଠୀ, ଚନ୍ଦ୍ରକାନ୍ତ ନାୟକ, ବିଜୟ କୁମାର ଦାସ, ଅମୁଲ୍ୟ ମହାଳିକ, ରତ୍ନାକର ସାହୁ, କୈଳାସ ସାହୁ, ସ୍ୱର୍ଣ୍ଣଲତା ପଣ୍ଡାଙ୍କ ସମେତ ଜିଲାର ବିଭିନ୍ନ ଅଂଚଳରୁ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ । ଏସଂପର୍କରେ ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ ପହଂଚି ଧାରଣାରତଙ୍କ ସହିତ ଆଲୋଚନା କରି ଖୁବ ଶିଘ୍ର ଘଟଣାର ତଦନ୍ତ କରାଯାଇ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.