Home ଜିଲ୍ଲା ପରିକ୍ରମା ଜବତ ବାଲିଗାଡି ଚମ୍ପଟ, ତହସିଲଦାର ଦେଲେ ଏତାଲା

ଜବତ ବାଲିଗାଡି ଚମ୍ପଟ, ତହସିଲଦାର ଦେଲେ ଏତାଲା

32

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜବତ ହୋଇଥିବା ବେଆଇନ ବାଲି ପରିବହନକାରୀ ହାଇୱା ଫେରାର ହେବା ଘଟଣାରେ ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ ଥାନାରେ ଏତାଲା ଦେଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ୧୬ ନଂ ଜାତୀୟ ରାଜପଥରୁ ବେଆଇନ ବାଲି ପରିବହନ କରୁଥିବା (ଓଡି ୨୨ ପି ୯୩୧୧) ନଂ ହାଇୱାକୁ ତହସିଲଦାର ଜବତ କରିଥିଲେ । ଜବତ ହୋଇଥିବା ସ୍ୱୀକାରୋକ୍ତିରେ ଚାଳକ ସଞ୍ଜୟ କୁମାର ମହାନ୍ତି ଦସ୍ତଖତ କରିବା ସହ ହାଇୱା ଚାବି ତହସିଲଦାରଙ୍କୁ ହସ୍ତାନ୍ତର ବି କରିଥିଲେ । ଜରିମାନା ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତିମାନେ ଯାଇ ତହସିଲଦାରଙ୍କ ସହ କଥାବାର୍ତ୍ତା କରିଥିଲେ । ମାତ୍ର ତହସିଲଦାର ବ୍ଲକ ପରିସରରେ ବୈଠକରେ ଯୋଗଦେବାକୁ ଯାଇ ଫେରିବା ବେଳକୁ ଜବତ ହାଇୱା ନଥିଲା କି ମଧ୍ୟସ୍ଥିମାନେ ନଥିଲେ । ଖୋଜଖୋଜି ପରେ ହାଇୱା ଚମ୍ପଟ ମାରିôତବା କଥା ଜଣାପଡିଥିଲା । ତହସିଲଦାର ଏଥିନେଇ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ୩୨୫/୨୨ନଂ ମାମଲା ଭଦ୍ରକ ଗ୍ରାମାଞ୍ଚଳ ଥାନା କେ.କେ.ପୁର ଗ୍ରାମର ଚାଳକ ସଞ୍ଜୟ କୁମାର ମହାନ୍ତି, ରାଧାକାନ୍ତ ନାୟକ ଓ ମୋବାରକପୁର ଗ୍ରାମର ଶ୍ୟାମସୁନ୍ଦର ନାୟକଙ୍କ ନାମରେ ଋଜୁ ହୋଇ ତଦନ୍ତ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.