Home ଜିଲ୍ଲା ପରିକ୍ରମା ଜଣେ କୋଭିଡ ଯୋଦ୍ଧା ସହ ୨ କରୋନା ପଜିଟିଭି ଚିହ୍ନଟ

ଜଣେ କୋଭିଡ ଯୋଦ୍ଧା ସହ ୨ କରୋନା ପଜିଟିଭି ଚିହ୍ନଟ

50

ମାଲକାନଗିରି,୧୪ା ୪( ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଧିରେ ଧିରେ କରୋନା ସଂକ୍ରମଣ ବୃଦ୍ଧିିପାଇବାରେ ଲାଗିଛି,ଆଜି ପୁଣି ଜିଲ୍ଲାରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର କରୋନା ପଜିଟିଭ ଚିହ୍ନଟ ଙ୍କ ମଧ୍ୟରୁ ଜଣେ କୋଭିଡ ଯୋଦ୍ଧା ଅଛନ୍ତି ,ସେ ମାଲକାନଗିରି ପୌରାଚଂଳ ଏମଭି୨ ଗ୍ରାମର ହୋଇଥିବା ବଳେ ଅନ୍ୟଜଣେ ଗୋବିନ୍ଦପାଲି ଅଚଂଳର ବୋଲି ଜଣାପଡିଛି ।ଏହି ଚିହ୍ନଟ ୨ ଜଣଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହି ପଜିଟିଭ ଚିହ୍ନଟ ୨ ଜଣ ଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୬୦ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୨୨୩ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୨ ଜଣ କରୋନା ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଜିଲ୍ଲାରେ ୨୫ ଜଣଙ୍କର କରୋନା ରେ ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ ୨ ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳ ରୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । କରୋନାର ଦ୍ୱିତୀୟ ଲହରୀ ଲେଉଠିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି । କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା ସଂପର୍କରେ ଜନ ସଚେତନତାର ବାର୍ତାଦେବା ସହ ଦୋକାନ ବଜାର ସମ୍ମୁଖରେ ନାଲି ରିବନ ଫିତା ବାନ୍ଧି ଗ୍ରାହକ ମାନଙ୍କ ସାମଜିକଦୂରତା ଅବଲମ୍ବନ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜନସାଧରଣଙ୍କୁ ପରାମର୍ଶ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.