Home ଓଡ଼ିଶା ଜଣେ କରୋନା ଯୋଦ୍ଧାଙ୍କ ସହ ୩୪ ଜଣ ନୂଆ ପଜିଟିଭ ଚିହ୍ନଟ, ଉଚ୍ଚରକ୍ତଚାପ ଜନିତ ରୋଗରେ...

ଜଣେ କରୋନା ଯୋଦ୍ଧାଙ୍କ ସହ ୩୪ ଜଣ ନୂଆ ପଜିଟିଭ ଚିହ୍ନଟ, ଉଚ୍ଚରକ୍ତଚାପ ଜନିତ ରୋଗରେ ଜଣଙ୍କର ମୃତ୍ୟୁ ,୪୮ଘଟାଂ ଥାନା ସିଲ

139

ମାଲକାନଗିରି,୨୭ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ପରିସ୍ଥିତି ଉଦ ବେଗଜନକ ହେଉଛି । ଗତ କାଲି ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଜିଲ୍ଲାରେ ପୁଣି ୩୪ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପୁଲିସ କର୍ମଚାରୀ କରୋନା ଯୋଦ୍ଧା ଥିବା ବେଳେ ଅନ୍ୟ ୩୩ ଜଣ ସ୍ଥାନୀୟ ଜନସାଧରଣ ଅଛନ୍ତି । ଏମାନେ ସବୁ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ ୧୩ଜଣ ସ୍ଥାନୀୟ ବ୍ୟକ୍ତି,ବାଲିମେଳା ଏନଏସି ଅଚଂଳରୁ ୧୪ ଜଣ,ମାଥିଲି ବ୍ଲକ ଅଚଂଳରୁ ୩ଜଣ ଓ ମାଲକାନିଗିର ବ୍ଲକ ଅଚଂଳରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ପୌରାଚଂଳର ୧୩ଜଣଙ୍କ ମଧ୍ୟରୁ ୧୦ଜଣ ପୁର୍ବ ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତି,୨ଜଣ ଲକ୍ଷଣ ଥିବା ବ୍ୟକ୍ତି,ଅନ୍ୟ ଜଣେ ପୁଲିସ କର୍ମଚାରୀ କରୋନା ଯୋଦ୍ଧା ଥିବାର ଜଣାପଡିଛି । ମାଥିଲି ବ୍ଲକରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ପୁବ ର୍ ସଂକ୍ରମିତ ଙ୍କ ସଂସ୍ପର୍ଷରେ ଥିଲେ । ମାଲକାନଗିରି ବ୍ଲକରୁ ୪ଜଣ ପଜିଟିଭ ଙ୍କ ମଧ୍ୟରୁ ୩ଜଣ ଏମଭି୪୪ ଗ୍ରାମର ଓ ଜଣେ ଏମଭି୧୧୧ ଗ୍ରାମର ସ୍ଥାନୀୟ ବ୍ୟକ୍ତି ବୋଲି ଜଣାପଡିଛି । ବାଲିମେଳା ଏନଏସି ଅଚଂଳ ରୁ ୧୪ ଜଣ ଙ୍କ ମଧ୍ୟରୁ ୧୧ ଜଣ ସ୍ଥାନୀୟ ବ୍ୟକ୍ତି ସେମାନେ ପୁବ ର୍ ଆକ୍ରାନ୍ତ ଙ୍କ ସଂସ୍ପର୍ଷରେ ଆସିଥିଲେ ।ଅନ୍ୟ ୩ଜଣ ଙ୍କର ଜ୍ୱର,କାଶ ଲକ୍ଷଣ ଥିବା ସୁଚନା ମିଳିଛି । ଗତ ବୁଧବାର ଦିନ ମାଲକାନଗିରି ପୁରୁଣା ପୋଷ୍ଟଅଫିସ ଲାଇନର ଜଣେ ୫୧ବର୍ଷବୟସ୍କ ବ୍ୟକ୍ତି ଙ୍କର ପଜିଟିଭ ଚିହ୍ନଟ ହେବାପରେ ସେ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଗତ ଶୁକ୍ରବାର ଦିନ ମୃତ୍ୟୁହୋଇଥିଲା । ତାଙ୍କର ମୃତ୍ୟୁ କେଉଁ କାରଣ ଯୋଗୁ ହୋଇଥିଲା ରାଜ୍ୟ ସରକାର କିମ୍ବା ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିନଥିବା ବେଳେ କିଛି ଗଣ ମାଧ୍ୟମରେ କୋରାନ ରେ ମୃତ୍ୟୁ ଘଟିଛି ବୋଲି ପ୍ରଚାର ହୋଇଥିଲା । ଆଜି ରାଜ୍ୟସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ତାଙ୍କର ମୃତ୍ୟୁ କରୋନା ଜନିତ ନୁହଁ, ତାଙ୍କର ଉଚ୍ଚରକ୍ତ ଚାପଜନିତ ରୋଗଥିବାରୁ ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ କରିଛନ୍ତି । ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ କଟେଂନମେଟଂ ଜୋନ ଘୋଷଣା କରାଯାଇଛି । ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୦ ହୋଇଥିବା ବେଳେ ସଥିମଧ୍ୟରୁ ୨୬୪ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୬୬ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୩୪ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଚାଲିଛି । ଜଣେ ପୁଲିସ କର୍ମଚାରୀଙ୍କର ପଜିଟିଭ ଚିହ୍ନଟ ହେବାପରେ ମାଲକାନଗିରି ଆଦର୍ଶ ଥାନାକୁ ୪୮ଘଟାଂ ଧରି ସିଲକରିଦିଆ ଯାଇ ଥାନାକୁ ସାନିଟାଇଜ କରାଯାଉଛି । ଦୁଇଦିନ ଧରି ବିଦ୍ୟୁତ ଥାନାରେ କାର୍ଯ୍ୟ ଚାଲିବ,୧୦୦ ନମ୍ବର କୁ ଫୋନ କରି ଜନସାଧରଣ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଏସପି ରିଶିକେଶ ଡି. ଖିଲାରୀ ଜନସାଧରଣ ଙ୍କୁ ସୁଚନା ଦେଇଛନ୍ତି । ମାଲକାନଗିରି ପୌରପରିଷଦ,ବାଲିମେଳା ଏନଏସି,ମାଥିଲି ବ୍ଲକ ଅଚଂଳ,ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ କାର୍ଯ୍ୟଚଳାଇଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୟାର୍ଡି କର୍ମୀ, ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.