Home ଜଗତସିଂହପୁର ଜଡତିରା ପଞ୍ଚାୟତରେ ବ୍ୟାପକ ଅନିୟମିତତା : ଜିଲ୍ଲାପାଳଙ୍କୁ ଅଭିଯୋଗ

ଜଡତିରା ପଞ୍ଚାୟତରେ ବ୍ୟାପକ ଅନିୟମିତତା : ଜିଲ୍ଲାପାଳଙ୍କୁ ଅଭିଯୋଗ

31

ତିର୍ତ୍ତୋଲ ୬ା୧ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡତିରା ଗ୍ରାମପଞ୍ଚାୟତରେ ବ୍ୟାପକ ଅନିୟମିତତାକୁ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ହରିସ୍‌ଚନ୍ଦ୍ର ଯୋଜନା, ଜଳଯୋଗାଣ ବ୍ୟବସ୍ଥା ପରେ ଏବେ କଲ୍ୟାଣ ମଣ୍ଡପ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୧୦ଲକ୍ଷ ଟଙ୍କା ବ୍ୟୟବରାଦରେ ଜଡତିରା ପଞ୍ଚାୟତରେ ବନ୍ଧବାଟି ଠାରେ ଗୋଚର କିଶମ ପ୍ଲଟନଂ ୬୭୩ ଉପରେ ଏହି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗୋଚର କିଶମରେ ନିର୍ମାଣ କାର୍ଯ୍ୟପାଇଁ ଉପଯୁକ୍ତ କର୍ତ୍ତୁପକ୍ଷଙ୍କ ଠାରୁ ଅନୁମତି ନିଆନଯାଇ ଏହି କାର୍ଯ୍ୟକରାଯାଉଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଗୋଚାରଣ ଜମି କମିଯିବା ସହିତ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଥିବା ସ୍ଥାନଠାରୁ ମାତ୍ର ୧୫ମିଟର ଦୂରତାରେ ଦୁଇଟି ସରକାରୀ ବିଦ୍ୟାଳୟ ରହିଛି। ଏହା କଲ୍ୟାଣ ମଣ୍ଡପ ନିର୍ମାଣ କରାଗଲେ ଶୈଖିକ ପରିବେଶକୁ ପ୍ରଭାବିତ କରିବବୋଲି କୁହାଯାଇଛି। କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ କାର୍ଯ୍ୟାଦେଶଟି ତା ୨୦.୦୪.୨୦୨୦ ରିଖରେ ପଞ୍ଚାୟତକାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମହାନ୍ତିଙ୍କ ନାମରେ ରହିଥିବା ବେଳେ ଶ୍ରୀଯୁକ୍ତ ମହାନ୍ତି କାର୍ଯ୍ୟାଦେଶ ହେବାର ବହୁପୂର୍ବରୁ ଅର୍ଥାତ୍ ନଭେମ୍ବର ୨୦୧୯ରେ ସରକାରୀ ଭାବେ କାର୍ଯ୍ୟରୁ ଅବସର ଗ୍ରହଣ କରିସାରିଛନ୍ତି। ଏହା ସତ୍ୱେ ତା୧୪.୦୫.୨୦୨୦ ରିଖରେ ଶ୍ରୀଯୁକ୍ତ ମହାନ୍ତିଙ୍କ ନାମରେ ୩ଲକ୍ଷ ୫୪ ହଜାରେ ୪୦ ଟଙ୍କାର ଏକ ରନିଙ୍ଗ୍ ବିଲ୍ କରାଯାଇଛି। ଯାହାକୁ ନେଇ ସରକାରୀକଳ ଓ ସଂପୃକ୍ତ ସରପଞ୍ଚଙ୍କର କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାର୍ଯ୍ୟସ୍ଥଳରେ କୌଣସି ଅଧିକାରୀ ନଥିବା ବେଳେ ରାତିଅଧ, ଛୁଟିଦିନରେ ନିମ୍ନମାନର କାର୍ଯ୍ୟଚାଲୁଥିବା ଦେଖିବାକୁ ମିଳିଛି। ଏହି ଦୁର୍ନିତର ବିଧିବଧ ତଦନ୍ତ କରାଯାଇ ଗୋଚର ପ୍ଲଟରେ କଲ୍ୟାଣ ମଣ୍ଡପ ନିର୍ମାଣ ନକରାଯାଇ ପଞ୍ଚାୟତ କାର୍ଯ୍ୟାଳୟ ବା ଅରଡା ଗ୍ରାମରେ କରାଗଲେ ଲୋକେ ଉପକୃତ ହୋଇପାରିବେ ବୋଲି ଜଗତସିଂହପୁର ଜିଲ୍ଲାପାଳଙ୍କ ନିକଟରେ ଜଡତିରା ପଞ୍ଚାୟତର ଦେବାଶିଷ ଶର୍ମା, ଅନାଦି ବାରିକ, ସନ୍ତୋଷ ମହାନ୍ତି, ହେମନ୍ତ କୁମାର ନାଥ, ଜଶୋବନ୍ତ ନାଥ, ବିକାଶ ଦାସ ( ଓା୍ୱର୍ଡସଭ୍ୟ), ହରେକୃଷ୍ଣ ନାଥ, ଅଜୟ କୁମାର ଗୋଚ୍ଛାୟତ, ପ୍ରକାଶ ସୁତାର, ନଟବର ନାଥ, ରାଜେନ୍ଦ୍ର ପ୍ରସାଦ ଦାସ, ଅଭିମନ୍ୟୁ ସାହୁ, ଟୁଲାନାଥ ଶର୍ମା ପ୍ରମୁଖ ଶତାଧିକ ଲୋକେ ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.