Home ଓଡ଼ିଶା ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର

99

ବଲାଙ୍ଗୀର, ୧୯-୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ଚକାମାଲ ଚାନ୍ଦିଲିତଲ୍ ବଡଡଙ୍ଗର ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଛେଳି ଚରାଳି ମାନେ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ଶୁଣି ସାଲେପାଲି ଗ୍ରାମର ଆଶାକର୍ମୀଙ୍କୁ ଖବର ଦେଇଥିଲେ। ଶିଶୁ କନ୍ୟାକୁ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପାଟଣାଗଡ ଡାକ୍ତର ଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଶିଶୁ କନ୍ୟାଟିର ଓଜନ ୧.୯୦୦ କିଗ୍ରା ରହିଥିବା ଜଣା ଯାଇଛି। ବର୍ତ୍ତମାନ ଶିଶୁ କନ୍ୟା ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ସାଲେପାଲି ଗ୍ରାମର ଆଶାକର୍ମୀ ପଙ୍କଜିନୀ ମେହେର ଉକ୍ତ ଶିଶୁ କନ୍ୟାଟିକୁ ନିଜ ଝିଅ କରି ରଖିବା ପାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.