Home ଓଡ଼ିଶା ଜଗନ୍ନାଥ ମନ୍ଦିର ପରିବର୍ତ୍ତେ କର୍ପୋରେସନ୍ କୁ ଯିବ ଶାଗୁଆନ କାଠ ଗଣ୍ଡି

ଜଗନ୍ନାଥ ମନ୍ଦିର ପରିବର୍ତ୍ତେ କର୍ପୋରେସନ୍ କୁ ଯିବ ଶାଗୁଆନ କାଠ ଗଣ୍ଡି

173

ଓଡିଆ ପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ)୨୬/୯- ନୟାଗଡ ଜିଲ୍ଲା ପୁରୁଣା ତହସିଲ୍ ଅଫିସ୍ କାର୍ଯ୍ୟାଳୟ ପରିସରରେ ପାଂଚ ଗୋଟି ବିରାଟକାୟ  ସଗୁଆନ ଗଛ ରହିଥିଲା । ତହସିଲ୍ ଅଫିସ୍ ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତର ପରେ ପୁରୁଣା ଅଫିସ୍ ଯାଗାରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟ ଚାଲୁଅଛି । ସେଠାରେ ଥିବା ପାଂଚ ଗୋଟି ଶାଗୁଆନ ଗଛକୁ ବନ ବିଭାଗ ସହ ଯୋଗାଯୋଗ କରାଯାଇ ସମସ୍ତ ନିତି ନିୟମ ଅନୁ୍‌ଯାଇ ପୁର୍ତ୍ତ ବିଭାଗ ଶାଗୁଆନ ଗଛ ଗୁଡିକୁ କାଟିଥିଲେ  ।

 

 

ବନ ବିଭାଗ କଟାଯାଇଥିବା ଶାଗୁଆନ ଗଛ ଗୁଡିକର ମୂଲ୍ୟ ଦୁଇ ଲକ୍ଷ ଟଙ୍କା ବୋଲି ଆକଳନ କରିଥିଲେ । ଏହି ସମୟରେ ସ୍ଥାନୀୟ ବୁଦ୍ଧିଜୀବି ଓ ଆଇନଜୀବି ମାନେ  ରଣପୁର ତହସିଲଦାରଙ୍କୁ କଟାଯାଇଥିବା ମୂଲ୍ୟବାନ ଶାଗୁଆନ ଗଛ ଗୁଡିକୁ ରଣପୁର ଜଗନ୍ନାଥ ମନ୍ଦିର କୁ ଦାନ ଦେବାପାଇଁ ଅନୁରୋଧ କରିଥିଲେ । ରଣପୁର ତହସିଲ୍‌ଦାର ନିଜେ ଜଗନ୍ନାଥ ମନ୍ଦିରର ଦେବୋତ୍ତର ଅଧିକାରି ଭାବରେ କାର୍ଯ୍ୟ କରୁଛନ୍ତି । ତେଣୁ ବୁଦ୍ଧିଜୀବି ଓ ଆଇନଜୀବିଙ୍କ ଅନୁରୋଧ କୁ ରକ୍ଷାକରି ତହସିଲଦାର କଟାଯାଇଥିବା ଶାଗୁଆନ ଗଛ ଗଣ୍ଡି ଗୁଡିକୁ ରଣପୁର ଜଗନ୍ନାଥ ମନ୍ଦିରକୁ ଦେବା ପାଇଁ ପୁର୍ତ୍ତ ବିଭାଗକୁ ଚିଠି ଲେଖିଥିଲେ । କିନ୍ତୁ ଦୀର୍ଘ ମାସ ଧରି ଦେବୋତ୍ତର ଅଧିକାରି ତଥା ରଣପୁର ତହସିଲଦାର  ଶାଗୁଆନ କାଠ ଗଣ୍ଡି ଗୁଡିକୁ ଜଗନ୍ନାଥ ମନ୍ଦିରକୁ ନେଇ ନଥିଲେ । ତେଣୁ କାଠ ଗୁଡିକୁ  ମନ୍ଦିରକୁ ନେବା ପାଇଁ ପୁର୍ତ୍ତ ବିଭାଗ ଯନ୍ତ୍ର୍ରୀ ଦୟାନୀଧି ରାୟଗୁରୁ ରଣପୁର ତହସିଲ୍‌ଦାରଙ୍କୁ ଫୋନ କରିଥିଲେ । କିନ୍ତୁ ତହସିଲଦାର ଫୋନ କାଟି ଦେଇଥିଲେ । ତେଣୁ ଦୟାନିଧି ରାୟଗୁରୁ ସମସ୍ତ ଘଟଣା ଲେଖି ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ କାଠ ଗଣ୍ଡି ଗୁଡିକର ସୁରକ୍ଷା ପାଇଁ ଜଣାଇଥିଲେ । ଏ ସର୍ମ୍ପକେ ପୁର୍ତ୍ତ ବିଭାଗ ଯନ୍ତ୍ର୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ବନ ବିଭାଗର ନିସ୍ପତି ଅନୁଯାଇ କଟାଯାଇଥିବା ଶାଗୁଆନ ଗଛ ଗୁଡିକୁ ବନ ବିଭାଗର କର୍ପୋରେସନ କୁ ଦିଆଯିବ । ଯାହାକୁ ନେଇ  ବୁଦ୍ଧିଜୀବି ଓ ଆଇନଜୀବି ମହଲରେ ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.