Home ଜିଲ୍ଲା ପରିକ୍ରମା ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପ୍ରମାଣ ପତ୍ର ପ୍ରଦାନ ଓ...

ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ପ୍ରମାଣ ପତ୍ର ପ୍ରଦାନ ଓ ସ୍ୱାଗତ

12

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଂଚାୟତ ଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଯୁକ୍ତ ଦୁଇ ଶ୍ରେଣୀ ପାଇଁ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହିତ ସ୍ୱାଗତ ଉତ୍ସବ ବିଦ୍ୟାଳୟ ପରିସର ରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ବେହେରା, ଗିରିଶ ଚନ୍ଦ୍ର ମହାନ୍ତି, ସମାଜସେବୀ ରମେଶ ଚନ୍ଦ୍ର ପତି, ବୃନ୍ଦାବନ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀକାନ୍ତ ମିଶ୍ର, ନାରାୟଣ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନଙ୍କ ଦ୍ୱାରା ନୂତନ ଯୁକ୍ତଦୁଇ ପାଇଁ ୭ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ସ୍ୱାଗତ କରିଥିଲେ। ନୂତନ ଭାବେ +୨ କଳା ର ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ୧୭ ଜଣ ଛାତ୍ରୀ ଓ ୧୮ ଜଣ ଛାତ୍ର ଙ୍କୁ ମିଶାଇ ମୋଟ ୩୫ ଜଣ ଛାତ୍ର ଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜର ନାମ ଲେଖାଇଛନ୍ତି। ଆଗକୁ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେବ। ଏହି ଛାତ୍ର ଛାତ୍ରୀଙ୍କ ପାଇଁ ଶୁକ୍ରବାର ୭ ଜଣ ଅଧ୍ୟାପକ ଓ ଅଧ୍ୟାପିକା ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା ସହ ଓ ସ୍ୱାଗତ ଜଣାଇଥିଲେ। ଆସନ୍ତା ସୋମବାର ଠାରୁ ଯୁକ୍ତ ଦୁଇ ର କ୍ଲାସ ଆରମ୍ଭ ହେବ ବୋଲି ବିଦ୍ୟାଳୟ ପକ୍ଷରୁ ଜଣାଇଯାଇଛି।। ସୁଚନା ଥାଉ କି ରାଜ୍ୟ ସରକାର ଙ୍କ ପକ୍ଷରୁ ଧାମନଗର ବ୍ଲକ ରେ ବାଲିପଡ଼ା ହାଇସ୍କୁଲ, ଚୁଡ଼ାକୁଟି ହାଇସ୍କୁଲ ଓ ଆନନ୍ଦପୁର ହାଇସ୍କୁଲରେ + ୨ ଶ୍ରେଣୀ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଥିଲା। ଯାହାକି ଆନନ୍ଦପୁର ରେ ଆଜି ଅଧ୍ୟାପକ ଙ୍କୁ ନିଯୁକ୍ତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.