Home ଜଗତସିଂହପୁର ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀର ପଙ୍କପାଳ ପଂଚାୟତରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

ଜଗତସିଂହପୁର ତିର୍ତୋଲ ନିର୍ବାଚନ ମଣ୍ଡଳୀର ପଙ୍କପାଳ ପଂଚାୟତରେ ଯୁବ କଂଗ୍ରେସ ପକ୍ଷରୁ ରିଲିଫ ବଂଟନ

57

ଭୁବନେଶ୍ୱର ତା ୯-୯ (ଓଡ଼ିଆ ପୁଅ) – ଆଜି ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ଶ୍ରୀ ସଂକୁନା କହଁରଙ୍କ ନେତୃତ୍ୱରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଙ୍କପାଳ ପଂଚାୟତର ବିଭିନ୍ନ ଗ୍ରାମର ଲୋକମାନଙ୍କୁ ରିଲିଫ ବଂଟନ କରିଥିଲେ। ଏହି ଅବସରରେ ଶ୍ରୀ କହଁର ରିଲିଫ ବଂଟନ କରିବା ସହିତ ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଏହି ପ୍ରରୀପେକ୍ଷିରେ ଶ୍ରୀ କହଁର କହିଥିଲେ ଯେ ବନ୍ୟାରେ ଚାଷଜମି ଉଜୁଡି ଯିବା ସହିତ ଫସଲ ନଷ୍ଟ ହୋଇଯାଇଛି। ଧାନବିଲରେ ବାଲିଚରିଯିବା ସହ ପଟୁମାଡ଼ିଯିବା ଫଳରେ ଫସଲ ସଂପୂର୍ଣ୍ଣ ଉଜୁଡ଼ି ପଡ଼ିଛି। ବହୁତଘର ଭୁଷୁଡ଼ି ପଡ଼ିଛି। ରାସ୍ତା ନଷ୍ଟ ହୋଇଯିବା ସହ ପୋଲ ଭାଙ୍ଗିଯାଇଛି। ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପାଖରେ ଏପର୍ଯ୍ୟନ୍ତ ସରକାରୀ ରିଲିଫ ପଂହଚିପାରି ନାହିଁ। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଶ୍ରୀ କହଁର ସରକାରଙ୍କ ନିକଟରେ ଦାବି କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅହମ୍ମଦ ଖାନ୍, ସୌମ୍ୟଜିତ୍ ମିଶ୍ର, ପରମବ୍ରହ୍ମ ରାଉତ, ଶ୍ରୀଧର ବେହେରା, ଶିଲନ୍ କୁମାର, ଅମ୍ବିକା ବିଶ୍ୱାଳ, ଦିବ୍ୟଜ୍ୟୋତି ଚୌଧୁରୀ, ଦେବାଶିଷଙ୍କ ସମେତ ସ୍ଥାନୀୟ ଯୁବ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.