ad
ଓଡ଼ିଶା

ଛେନାପଦିରେ ନବୀନଙ୍କ ନିର୍ବାଚନ ସଭା, କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି ବିଜେପି

ହାଟଡ଼ିହି, ୧୭। ୪ : (ଓଡିଆ ପୁଅ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ଛକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାରେ ଯୋଗଦେଇ କେନ୍ଦ୍ର ବିଜେପି ସରକାର ଉପରେ ବର୍ଷିଛନ୍ତି। କାଳିଆ ଯୋଜନା ସାରା ଭାରତବର୍ଷରେ ଇତିହାସ ସୃଷ୍ଟି କରିବାକୁ ଯାଉଥିବାରୁ ଏଥିରେ ବିଜେପି ଭୟଭିତ ହୋଇ କାଳିଆ ଯୋଜନା ଟଙ୍କାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। ସରକାର ଗଠନର ପ୍ରଥମ ଦିନରେ ହିଁ ଚାଷୀ ମାନଙ୍କୁ ଦୁଇ କିସ୍ତିର ଟଙ୍କା ପ୍ରଦାନ କରାଯିବ। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଛେନାପଦିଛକ ଠାରେ ୨୫ହଜାରରୁ ଉର୍ଦ୍ଧ ଏକ ବିଶାଳ ଜନସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଡିଏମଏଫ ଫଣ୍ଡ କାହାର ଦୟାର ଦାନ ନୁହଁ। ବିଜୁ ଜଦତାଦଳ ସରକାର କେନ୍ଦ୍ର ସହ ଲଢ଼େଇକରି ଏହି ଯୋଜନାର ଅର୍ଥକୁ ଆଣି କେନ୍ଦୁଝରର ବିକାଶ କ୍ଷେତ୍ରରେ ଖର୍ଚ୍ଚ କରୁଛି। କେନ୍ଦୁଝର କିଲ୍ଲାରେ ମେଡିକାଲ କଲେଜ, ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ସବୁବେଳେ ଓଡିଶା ପ୍ରତି ଅବହେଳା ପ୍ରଦର୍ଶନ କରି ଆସିଛି। ଲୋକମାନେ ଏହାର ଉଚିତ ଜବାବ ଦେବେବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିବା ସହ ଲୋକସଭା ପ୍ରାର୍ଥୀନୀ ଚନ୍ଦ୍ରାଣି ମୁର୍ମୁ ଓ ବିଧାୟକ ପ୍ରାର୍ୀ ଭାଗିରଥି ସେଠୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ନିର୍ବାଚନୀ ସଭାରେ ମନ୍ତ୍ରୀ ବଦ୍ରି ନାରୟଣ ପାତ୍ର, ବିଧାୟକ ମାୟାଧର ଜେନା, ଜିଲ୍ଲା ସଭାପତି ବିମ୍ବାଧର ବିଶ୍ୱାଳ, ଲୋକସଭା ପ୍ରାର୍ଥୀନୀ ଚନ୍ଦ୍ରାଣି ମୁର୍ମୁ, ବିଧାୟକ ପ୍ରାର୍ଥୀ ଭାଗିରଥି ସେଠୀ, ଜିଲ୍ଲା ମହିଳା ସଭାନେତ୍ରୀ ଆରତୀ ସିଂ, ଜିଲ୍ଲା ଯୁବ ବିଜେଡି ଉପସଭାପତି ପ୍ରଶାନ୍ତ ରାଉତ, ପୁର୍ବତନ ସରପଞ୍ଚ କିଶୋର ଜେନା, ପୁର୍ବତନ ଜିଲ୍ଲାପରିଷଦ ସଞ୍ଜୟ ରାଉତ, ଦିପ୍ତୀରଞ୍ଜନ ଦାସ, ରାମ ପଲେଇ ପ୍ରମୁଖ ଜନ ସମାବେଶକୁ ଉଦବୋଧନ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ଏହି ଅବସରରେ ପୁର୍ବତନ ବ୍ଲକ ବିଜେପି ସଭାପତି ଗୌରାଙ୍ଗ ରଣା, ଗୌରାଙ୍ଗ କର, ଶରତ ସାହୁ, ଶ୍ୟାମ ସୁନ୍ଦର ମୁଦୁଲି, ପ୍ରୀୟ ରଞ୍ଜନ ଦାସ, ଜଗବନ୍ଧୁ ସାମଲ, କୃଷ୍ଣ ଚନ୍ଦ୍ର କାଣ୍ଡି, ରମେଶ ଚନ୍ଦ୍ର ଚଇନି, ରଙ୍କନାଥ ଜେନା, କାଳନ୍ଦି ଜେନା, ସୁର୍ଯ୍ୟମଣି ଜେନା, କେଶବ ଜେନା, ବିଦ୍ୟାଧର ଓଝା, ଆନନ୍ଦପୁରର ବିଜେପି ନେତା ଆଶିଷ ବେହେରା, ସଞ୍ଜିବ ବେହେରାଙ୍କ ସମେତ ବହୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିଲେ। ବ୍ଲକ ଅଧ୍ୟକ୍ଷା ସଞ୍ଜୁଲତା ବିଶ୍ୱାଳ, ମଣ୍ଡଳ ସଭାନେତ୍ରୀ ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟା ଜୟାପ୍ରଦା ସା, ପ୍ରଣତୀ ଦେଓ, ସୁରେନ୍ଦ୍ର କୁମାର ଜେନା, ସରପଞ୍ଚ କୌଶଲ୍ୟା ସେଠୀ, ବରିଷ୍ଠ ନେତା ରବିନ୍ଦ୍ର କୁମାର ସାମଲ, ସୁଶିଲ ହୋତା, ଦେବ ସାହୁ, ଦେବେନ୍ଦ୍ର ରାମ, ରତିକାନ୍ତ ରାଉତ, ବିଜୟ କୁମାର ରାଉତ, ବ୍ଲକ ଯୁବ ବିଜେଡି ସଭାପତି ଚିନ୍ମୟ ନାୟକ, ପବିତ୍ର ମୋହନ ପେଡା, ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ, ଶତୃଘ୍ନ ପାତ୍ର, ପ୍ରତାପ ଦେଓ, ବାବୁଲି ପଟ୍ଟନାୟକ, ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଶଶାଙ୍କ ଶେଖର ପୁହାଣ, ବୁଦ୍ଧଦେବ ଜେନା, ଅମରେନ୍ଦ୍ର ଧଳ, କଳ୍ପତରୁ ସେଠୀ, ସନ୍ତୋଷ ନାୟକ, ଯୋଗେନ୍ଦ୍ର ବେହେରା, ବିରେନ୍ଦ୍ର କୁମାର ବିଶ୍ୱାଳ, ଅଭିମନ୍ୟୁ ସେଠୀ, ପ୍ୟାରୀ ମୋହନ ମଲ୍ଲିକ, ଶାନ୍ତନୁ ସେଠୀ, ବିଷ୍ଣୁ ପଣ୍ଡା, ସନାତନ ଦେହୁରୀ, ବୈଦ୍ୟନାଥ ସାମଲ, ସୋମନାଥ ଦାସ, ଶ୍ରୀଧର ବେହେରା, ଅକ୍ଷୟ ବରାଳ, ଜଗନ୍ନାଥ ନାୟକ, ପରମେଶ୍ୱର ମଲ୍ଲିକ, ରଞ୍ଜନ ଜେନା, ଶ୍ରୀକାନ୍ତ ସେନାପତି, ସ୍ମିତ ରଞ୍ଜନ ସେନାପତି, ଭୀମସେନ ପେରେଇ ପ୍ରମୁଖ କାର୍ଯ୍ୟକ୍ରମ ତଦାରଖ କରୁଥିବାବେଳେ ୨୫ହଜାରରୁ ଉର୍ଦ୍ଧ ଜନସମାଗମ ହୋଇଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top