ad
ଜିଲ୍ଲା ପରିକ୍ରମା

ଛିନ୍ନମସ୍ତା ରୂପରେ ଦର୍ଶନ ଦେଲେ ମା ଦକ୍ଷିଣ କାଳୀ

ରାୟଗଡ଼ା ୧୨/୧୧(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) ଛିନ୍ନମସ୍ତା ରୂପରେ ଦର୍ଶନ ଦେଲେ ମା ଦକ୍ଷିଣ କାଳୀ ବ୍ଲକ କଲୋନୀ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଛି । ମା ଙ୍କର ଏହି ରୂପ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତ ପୂଜା ମଣ୍ଡପକୁ ଆସି ଆତ୍ମତୃପ୍ତି ଲାଭ କରିଛନ୍ତି। ଆଜି ସକାଳୁ ମାଙ୍କ ଦ୍ଵାରପାଳ ପୂଜା ପରେ ମାଙ୍କ ପହଡ ଭାଙ୍ଗିବା ନୀତି ଅବଲମ୍ବନ କରିବା ମାଙ୍କ ପ୍ରାତଃ କାର୍ଯ୍ୟ ସମ୍ପାଦନ ପରେ ସୂର୍ଯ୍ୟ ପୂଜା ମାଙ୍କ ଦୈନନ୍ଦିନ ପୂଜା ଆରମ୍ଭ ହୋଇଥିଲା। ଏମିତି ମଧ୍ୟରାତ୍ରି ପର୍ଯ୍ୟନ୍ତ ହୋମ ଯଜ୍ଞରେ ଚଣ୍ଡୀପାଠରେ ପ୍ରକମ୍ପିତ ହୋଇ ଆଧ୍ୟାତ୍ମିକର ପରିବେଶ ସୃଷ୍ଟି ହେଉଛି ସେଅଞ୍ଚଳରେ। ଏହି ପୂଜା ଜଣେ ବଙ୍ଗାଳି ଚା ଦୋକାନୀ ପ୍ରେରଣା ଦେଇଥିଲେ ମାଙ୍କ ପୂଜା ଅର୍ଚ୍ଚନା ପାଇଁ ସେହି ଦିନ ଠାରୁ ଫ୍ରେଣ୍ଡସ୍ ୟୁଥ୍ ଆସୋସିଅସନ ତରଫରୁ ଦିର୍ଘ ୩୬ବର୍ଷ ହେଲା ମାଙ୍କ ପୂଜା ରିତିନୀତିରେ ପୂଜା ପାଉଛନ୍ତି ଏହି ପିଠିରେ ମା ଦକ୍ଷିଣ କାଳୀ।
ଚଳିତ ବର୍ଷ ମଧ୍ୟ ସ୍ବତନ୍ତ୍ର ରହିଛି କଟକର ବକ୍ସିବଜାର ଏବଂ କୁମ୍ଭାରସାହି ଠାରୁ ଆସିଥିବା ଶିଳ୍ପୀ ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ମାଆ ଦକ୍ଷିଣ କାଳୀ ପ୍ରତିମୂର୍ତ୍ତି ଅତି ଲୋଭନୀୟ ଏହା ସହ ପାର୍ଶ୍ଵ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅତି ସୁନ୍ଦର ହେଇଛି। ଆଲୋକର ପର୍ବ ଦୀପାବଳୀକୁ ସ୍ବାଗତ କରିବା ସଦୃଶ୍ୟ ଉଚ୍ଚ ତୋରଣ ଓ ପୂଜା ମଣ୍ଡପ ବେଶ୍ ଆକର୍ଷଣ ହୋଇଛି। ରଙ୍ଗୀନ ଆଲୋକ ମାଳା ସହ ମୀନାବଜାର ଓ ବିଭିନ୍ନ ସାମଗ୍ରୀର ଦୋକାନ ଏହି ଉତ୍ସବର ଶୋଭା ବଢାଉଛି। ଏହି ପୂଜା ଦୀପାବଳୀ ଅମାବାସ୍ୟା ଦିନ ଠାରୁ ଦିର୍ଘ ଏଗାର ଦିନ ଯାଏ ଚାଲିବ। ପ୍ରତି ସଂନ୍ଧ୍ୟାରେ ସଂସ୍କୃତି କାର୍ଯ୍ୟକ୍ରମ ହେବକୁ ଥିବା ବେଳେ ସ୍ବତନ୍ତ୍ର ଆକର୍ଷଣ ହେଉଛି ଜଗତସିଂହପୁର ବାଣେଶ୍ବରୀ ଗଣନାଟ୍ୟ। ପ୍ରବଳ ଭିଡ଼ ହେତୁ କଡାସୁରକ୍ଷା ବଳୟରେ ପୋଲିସ ପକ୍ଷରୁ ସିସି କ୍ୟାମେରା ଲାଗିବା ସହ କଣ୍ଟୋଲ ରୁମରେ କହି ତୀକ୍ଷଣ ନଜର ରଖିବା ସହ ଚାରି ଛକରେ ପୋଲିସ ରାସ୍ତା ଅବରୋଧ କରି କେବଳ ଚାଲିଯିବା ବ୍ୟବସ୍ଥା କରାଯାଇଛି। ଏହି ପୂଜା କମିଟିର ସଧାରଣ ସମ୍ପାଦକ ଶିବ ପଟ୍ଟନାୟକ, ସଭାପତି ଦିଲ୍ଲୀପ ପଟ୍ଟନାୟକ, ଉପ ସଭାପତି ଶିବାଜୀ ଦାସ, ରାମପୁରୀ ଗଣେଶ, ସଂଗ୍ରାମ ପଟ୍ଟନାୟକ, ଗୌରୀ ପଟ୍ଟନାୟକ, ଜଗନ୍ନାଥ ପ୍ରସାଦ ରାୟଗୁରୁ,ଅମୀୟ ସ୍ବାଇଁ, ଆଲୋକ ମହାରଣା ଏବଂ ସମସ୍ତ ସଦସ୍ୟ ସହଯୋଗରେ ପରିଚାଳନା ହେଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top