Home ଜିଲ୍ଲା ପରିକ୍ରମା ଛାତ୍ର ଯୌନ ନିର୍ଯାତନା ମାମଲାରେ ଦୁଇ ଶିକ୍ଷକ ନିଲମ୍ବିତ

ଛାତ୍ର ଯୌନ ନିର୍ଯାତନା ମାମଲାରେ ଦୁଇ ଶିକ୍ଷକ ନିଲମ୍ବିତ

145

ବଲାଙ୍ଗୀର, ୧୩-୧୦(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ତୁଷରା ରୋୟାଲ୍ ଇଣ୍ଟର ନ୍ୟାସନାଲ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଅନ୍ୟଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଘଟଣାରେ ସ୍କୁଲରେ ଟ୍ରଷ୍ଟିଥିବା ଗୁଡଭେଲା ବୁଗୁଡ଼ ସ୍କୁଲର ଦୁଇ ସରକାରୀ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। କିଛିଦିନ ତଳେ ଆଉ ଦୁଇ ଶିକ୍ଷକଙ୍କୁ ମଧ୍ୟ ବେସରକାରୀ ସ୍କୁଲରେ ସଂପୃକ୍ତି ନେଇ ନିଲମ୍ବିତ ହୋଇଥିଲେ। ଏହି ଘଟଣାରେ ମୋଟ ଚାରି ଜଣ ଶିକ୍ଷକ ନିଲମ୍ବିତ ହୋଇଛନ୍ତି।ନିଲମ୍ବିତ ଦୁଇ ଶିକ୍ଷକ ଅଶୋକ ପଧାନ ଓ ବଳଦେବ ସାହୁ। ସରକାରୀ ଶିକ୍ଷକ ହୋଇ ବେସରକାରୀ ସ୍କୁଲ ଚଳାଇବା ଅଭିଯୋଗରେ ନିଲମ୍ୱିତ ହୋଇଛନ୍ତି ଶିକ୍ଷକ। ବଳଙ୍ଗୀର ତୁଷୁରାରେ ଥିବା ରୋୟାଲ୍ ଇଣ୍ଟର ନ୍ୟାସନାଲ ବେସରକାରୀ ସ୍କୁଲ ହଷ୍ଟେଲରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ମୁରିବାହାଲ୍ ବ୍ଲକର ପୀଡ଼ିତ ପରିବାର ଏନେଇ ଡିପିସିୟୁ ଓ ପୋଲିସରେ ଅଭିଯୋଗ କରିଥିଲେ। ଘଟଣାରେ ପୋଲିସ ଯୌନ ନିର୍ଯାତନା ଦେଇଥିବା ଅଭିଯୁକ୍ତ ନାବାଳକ ଛାତ୍ରଙ୍କୁ ପଚରାଉଚରା କରିଛି।ଗତ ମାସେ ତଳେ ରୋୟାଲ ଇଣ୍ଟରନ୍ୟାସନାଲ ବେସରକାରୀ ସ୍କୁଲ ହଷ୍ଟେଲରେ ଜଣେ ନାବାଳକ ଛାତ୍ର ମୁରିବାହାଲ୍ ଅଞ୍ଚଳରୁ ଆସି ପାଠ ପଢୁଥିବା ନେଇ ଅଭିଯୋଗ କରିଥିଲେ ପୀଡ଼ିତ ଛାତ୍ରଙ୍କ ପରିବାର। ଏନେଇ ସ୍କୁଲ କର୍ତ୍ତୁପକ୍ଷଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ କତୃପକ୍ଷ କିଛି ଶୁଣିନଥିବା କହିଛନ୍ତି ପୀଡ଼ିତ ପରିବାର। ପରେ ଘଟଣା ସମ୍ପର୍କରେ ଜିଲ୍ଲା ଜନ ମଙ୍ଗଳ ବିଭାଗ ଓ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତ ପରିବାର। ଘଟଣାର ଖୋଳତାଡ ପରେ ରୟାଲ ଇଣ୍ଟର ନ୍ୟାସନାଲ ସ୍କୁଲ ସରକାରୀ ଶିକ୍ଷକ ଚଳାଉଥିବା ତଦନ୍ତରୁ ଜାଣିବାକୁ ପାଇଥିଲା ଶିକ୍ଷା ବିଭାଗ। ଏପରି ଘଟଣାକୁ ନେଇ ପଦକ୍ଷେପ ନେଇ ପୀଡ଼ିତ ନାବାଳକ ଛାତ୍ର ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ବଦଳରେ ଘଟଣାକୁ ଚାପି ଦେବାକୁ ବାଧ୍ୟ କରିଥିଲେ ବେସରକାରୀ ସ୍କୁଲ ଚଳାଉଥିବା ସରକାରୀ ଶିକ୍ଷକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.