Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କୁ ରାଜ୍ୟପାଳଙ୍କ ସ୍ୱର୍ଣ୍ଣପଦକ, ମଡେଲ ଡିଗ୍ରୀ କଲେଜରେ ସମ୍ବର୍ଦ୍ଧନା

ଛାତ୍ରୀଙ୍କୁ ରାଜ୍ୟପାଳଙ୍କ ସ୍ୱର୍ଣ୍ଣପଦକ, ମଡେଲ ଡିଗ୍ରୀ କଲେଜରେ ସମ୍ବର୍ଦ୍ଧନା

198

ନୟାଗଡ଼, ୧୯ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରୟୋଜନମୂଳକ ହିନ୍ଦି ଓ ଅନୁବାଦ ପାଠ୍ୟକ୍ରମରେ ଡିପ୍ଲୋମା ସହିତ ପ୍ରଥମ ସ୍ଥାନ ଅଧିକାର କରିଥିବା ଲାଠିପଡ଼ା ସ୍ଥିତ ନୟାଗଡ଼ ମଡେଲ ଡିଗ୍ରୀ କଲେଜର ଯୁକ୍ତ ତିନି ଦ୍ୱିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ଚିନ୍ମୟୀ ଶୁଭଦର୍ଶିନୀଙ୍କୁ ସ୍ୱର୍ଣ୍ଣପଦକ ଦେଇ ସମ୍ମାନୀତ କରିଛନ୍ତି। ସମ୍ବଲପୁର ଓଡ଼ିଶା ମୁକ୍ତ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉ୍ ସବରେ ଚିନ୍ମୟୀଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଅବସରରେ କଲେଜ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଛାତ୍ରୀ ଚିନ୍ମୟୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଅଧ୍ୟକ୍ଷ ଡ. ଅଶୋକ କୁମାର ନାୟକ, ଅଧ୍ୟାପକ ଦେବୀଦତ୍ତ ଦାଶ, ଅଧ୍ୟାପକ ଅମୂଲ୍ୟ ସାହୁ, ଅଧ୍ୟାପକ ନାରାୟଣ ଶୂରଜିତ୍ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ କଲେଜର ସମସ୍ତ ଛାତ୍ରଚାତ୍ରୀ ଏପରିକି ଚିନ୍ମୟୀ ଶୁଭଦର୍ଶିନୀଙ୍କ ମାତା ସସ୍ମିତା ବେହରା ଓ ବାପା ଚିତ୍ତରଂଜନ ବେହେରା ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କଠାରୁ ସ୍ୱର୍ଣ୍ଣପଦକ ସମ୍ମାନ ପାଇବାରେ ଚିନ୍ମୟୀଙ୍କ ବାପା ମା’ ଖୁସି ପ୍ରକଟ କରିଥିବାବେଳେ ଅନ୍ୟ ଛାତ୍ରଛାତ୍ରୀମାନେ ଦାୟିତ୍ୱବୋଧ, ନିଷ୍ଠା ଓ ଏକାଗ୍ରତା ରଖିବା ଉପରେ କଲେଜର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.