Home ଜିଲ୍ଲା ପରିକ୍ରମା ଚୋରା ମଦ ବେପାରୀଙ୍କ ଉପରେ ଚଢଉ କରିବାକୁ ଯାଇଁ ଅବକାରୀ କର୍ମଚାରୀ ହଟହଟା

ଚୋରା ମଦ ବେପାରୀଙ୍କ ଉପରେ ଚଢଉ କରିବାକୁ ଯାଇଁ ଅବକାରୀ କର୍ମଚାରୀ ହଟହଟା

147

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋରା ମଦ ବେପାରୀଙ୍କ ଉପରେ ଚଢଉ କରିବାକୁ ଆସି ଅବକାରୀ କର୍ମଚାରୀ ଓ ମଦ ବେପାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ନଜରକୁ ଆସିଛି । ଆଜି ସକାଳେ ଭଦ୍ରକ ଜିଲା ଅବକାରୀ ବିଭାଗର କର୍ମଚାରୀମାନେ ଧାମନଗର ବ୍ଲକ ବେତାଳିଗାଁର ବଜାରରେ ଚୋରା ମଦ କାରବାର କରୁଥିବା ଜନୈକା ମହିଳାଙ୍କ ଘରେ ଚଢଉ କରିବାକୁ ପହଂଚିଥିଲେ । ସଂପୃକ୍ତା ମହିଳାଙ୍କ ସ୍ୱାମୀ ଘରୁ ଫେରାର ହୋଇଯାଇଥିବା ବେଳେ ମହିଳା ଜଣକ ଅଲଟି ଅବକାରୀ କର୍ମଚାରୀଙ୍କ ଉପରେ ପାଟିତୁଣ୍ଡ ଓ ଗାଳିଗୁଲଜ କରିଥିଲେ । ଏପରିକି ଶେଷରେ ସେମାନଙ୍କୁ ସେଠାରୁ ନଛାଡି ଅଟକ କରି ରଖିଥିଲେ । ଖବରପାଇ ଧୂଷୁରୀ ପୁଲିସ ଘଟଣାସ୍ଥଳେ ପହଂଚିଥିଲେ ମଧ୍ୟ ସଂପୃକ୍ତା ମହିଳା ଓ ତାଙ୍କର କେତେକ ସମର୍ଥକଙ୍କ ସହିତ ଅବକାରୀ ଓ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏପରିକି ପରିସ୍ଥିତି ଅଣଆୟତ ହେବାରୁ ଶେଷରେ ପୁଲିସକୁ ଲାଠିଚାର୍ଯ୍ୟ କରିବାକୁ ପଡିଥିଲା । ତେବେ ସଂପୃକ୍ତା ମହିଳାଙ୍କ ଘରୁ ଅବକାରୀ ବିଭାଗ ୭ ପେଟି ଆସ୍କାଫଟି ଚୋରା ମଦ ଜବତ କରିବା ସହିତ ମହିଳାଙ୍କୁ ଅଟକ ରଖିଥିବାରୁ ସ୍ଥାନୀୟ ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ସଂପୃକ୍ତା ମହିଳାଙ୍କ ସ୍ୱାମୀ ବୀରକିଶୋର ମଲିକ ଏହି ମଦ କାରବାର କରୁଥିବା ବେଳେ ତାକୁ ଗିରଫ ନକରି କଣ ପାଇଁ ମହିଳାଙ୍କୁ ଗିରଫ କରୁଛ ଏହାର ପ୍ରତିବାଦ କରିଥିଲେ । ଶେଷରେ ଅବକାରୀ ବିଭାଗ ବାଧ୍ୟ ହୋଇ ମହିଳା ଜଣକୁ ଛାଡିବା ସହିତ ତାଙ୍କ ସ୍ୱାମୀ ବୀରକିଶୋର ମଲିକଙ୍କ ନାମରେ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.