Home ଜିଲ୍ଲା ପରିକ୍ରମା ଚୋରା ମଦ ବେପାରୀକୁ କାବୁକଲେ ମହିଳା : ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ପିଟିଲେ

ଚୋରା ମଦ ବେପାରୀକୁ କାବୁକଲେ ମହିଳା : ବୋତଲ ଭାଙ୍ଗିଲେ, ଛାଞ୍ଚୁଣିରେ ପିଟିଲେ

69

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଚୋରା ମଦ ବେପାରୀକୁ କେତେକ ଗ୍ରାମୀଣ ମହିଳା କାବୁ କରି ଛାଞ୍ଚୁଣୀ ଓ ହାତରେ ନିର୍ଘାତ ଛେଚିବା ସହ ମଦବୋତଲ ଗୁଡିକୁ ପିଟି ନଷ୍ଟ କରିଥିବାର ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏହି ଜିଲାର ତିହିଡି ଥାନା ଅଂଚଳରେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଅଲ୍ଲୀନଗର ଅଂଚଳର ଜଣେ ଚୋରା ମଦ ବେପାରୀ ପ୍ରତ୍ୟେକ ଦିନ କୋହ୍ଲ ଅଂଚଳରେ ତାର ବ୍ୟବସାୟ କରିଆସୁଥିଲା । ସ୍ଥାନୀୟ ଲୋକେ ବାରମ୍ବାର ମନା କରିବା ସତ୍ୱେ ସେ ନିଜ ଜିଦ୍‌ରେ ଅଟଳ ଥିଲା । ଯାହାଫଳରେ ଉକ୍ତ ଅଂଚଳର ବହୁ ଶ୍ରମଜୀବୀ ଗରିବ ଲୋକେ ନିଜ ପରିବାର ପ୍ରତିପୋଷଣ ନକରି ଅର୍ଜିତ ଟଙ୍କାରେ ମଦ ପିଇ ମାତାଲ ହେଉଥିଲେ । ଯାହାଫଳରେ ବହୁ ପରିବାରରେ ଅଶାନ୍ତି ଲାଗି ରହୁଥିଲା । ବିଶେଷକରି ଏହି ଚୋରା ମଦ କାରବାର ଫଳରେ ସ୍ଥାନୀୟ ବହୁ ଯୁବକ ଓ ବ୍ୟକ୍ତିବିଶେଷ ଅସାମାଜିକ କାର୍ଯ୍ୟ କରିବା ଫଳରେ ଭୟର ବାତାବରଣ ଲାଗିରହୁଥିଲା । ତେବେ ଆଜି ଭୋର୍ ସମୟରେ କୋହ୍ଲ ପେଟ୍ରୋଲପମ୍ପ ନିକଟରେ ଖବର ପାଇ ଛକିବସିଥିବା ମହିଳାମାନେ ଉକ୍ତ ମଦ ବେପାରୀକୁ କାବୁ କରିବା ସହ ତାକୁ ଛାଞ୍ଚୁଣୀ ଓ ହାତରେ ମାଡ ମାରି ସାବାଡ୍ କରିଥିଲେ । ଖାଲି ସେତିକି ନୁହେଁ ମଦ ବୋତଲ ଗୁଡିକୁ ଭାଙ୍ଗିବା ସହ ତାକୁ ରାସ୍ତାରେ ଚଲାଇ ଚଲାଇ ପୁଲିସ୍‌ର ଜିମା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.