Home ଓଡ଼ିଶା ଚୋରା ବାଲି ଆମଦାନୀ ଅଭିଯୋଗରେ ପୋଲିସ୍ ଦ୍ୱାରା ଦୁଇ ହାଇୱା ଗାଡି ଜବତ

ଚୋରା ବାଲି ଆମଦାନୀ ଅଭିଯୋଗରେ ପୋଲିସ୍ ଦ୍ୱାରା ଦୁଇ ହାଇୱା ଗାଡି ଜବତ

109

ଓଡିଆ ପୁଅ (ଦେବୀପ୍ରସାଦ ଆଚାର୍ଯ୍ୟ)୧୯/୯- ନୟାଗଡ ଜିଲ୍ଲା ରଣପୁର ଅଂଚଳକୁ ଚୋରା ବାଲି ଆମଦାନୀ ଅଭିଯୋଗରେ ଦୁଇଟି ବାଲି ବୋଝେଇ ହାଇୱା ରଣପୁର ଥାନା ପୋଲିସ୍ ଜବତ କରିଥିବା ଜଣାପଡିଛି । ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ସରକାରୀ ଠାରୁ ବେସରକାରି ପର୍ଯ୍ୟନ୍ତ ବାଲିର ଘୋର ଅଭାବ ରହିଅଛି । ଯାହାଫଳରେ ରଣପୁର ବାସୀ ମହାନଦୀର ସିଧାମଳା ଓ ବୈଦେଶ୍ୱର ଘାଟ ଉପରେ ବାଲି ଆଣିବା ପାଇଁ ନିର୍ଭର କରିଥାନ୍ତି ।

ପ୍ରତିଦିନ ୫୦ରୁ ଉର୍ଦ୍ଧ ହାଇୱା ଗାଡିରେ ରଣପୁର ଅଂଚଳକୁ ନଦୀ ବାଲି ଆସିଥାଏ  ।  ଉନ୍ନତ ମୂଳକ କାର୍ଯ୍ୟ, ରାସ୍ତା ଘାଟ ସରକାରି କୋଠା ଓ ବେସରକାରି ଘର ନିର୍ମାଣ ହୋଇଥାଏ  । ସରକାର ବିଲ୍ ହେବା ସମୟରେ ହିତାଧିକାରି ଓ ଠିକାଦାର ମାନଙ୍କଠାରୁ ବାଲି ରୟାଲିଟି ଆଦାୟ କରାଯାଇ ଥାଏ । ବାଲି ଆମଦାନୀ  ସମୟରେ ପ୍ରସାଶନ ଚଢାଉ କରି ଆର୍ ଫର୍ମ ନଥିବା ଗାଡି ଗୁଡିକୁ ଧରିଥାନ୍ତି  ଯାହାଫଳରେ ରଣପୁର ଅଂଚଳରେ ଆମଦାନୀ ହେଉଥିବା ନଦୀ ବାଲିର ଦାମ୍ ଅଧିକା ପଡୁଅଛି । ସାଧାରଣ ଜନତା ଓ ଠିକାଦାର ମାନେ ଅନେକ କ୍ଷତି ସହୁଛନ୍ତି । ବାଲି ବୋଝେଇ ଗାଡି ଜବତ ସର୍ମ୍ପକେ ରଣପୁର ଥାନା ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡାଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ଜବତ ଦୁଇଟି ଗାଡି ମଧ୍ୟରୁ ଗୋଟିଏ ଗାଡିର କାଗଜ ପତ୍ର ଠିକ୍ ଥିଲା ଅନ୍ୟ ଗାଡିର କାଗଜ ପତ୍ର ଠିକ୍ ନଥିବାରୁ ରଣପୁର ତହସିଲ୍‌ଦାର୍ ୨୩ ହଜାର ଟଙ୍କା ଜୋରିମାନା ଆଦାୟ କରିଥିବା ଜଣାପଡିଛି  ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.