Home ଜିଲ୍ଲା ପରିକ୍ରମା ଚୋରା ଗଞ୍ଜେଇ ଵେପାରୀ କିଙ୍ଗପିନ୍ ସାଜିଥିବା ବାପ ପୁଅ ସମେତ ଦୁଇ ସମ୍ପର୍କୀୟ ଗିରଫ

ଚୋରା ଗଞ୍ଜେଇ ଵେପାରୀ କିଙ୍ଗପିନ୍ ସାଜିଥିବା ବାପ ପୁଅ ସମେତ ଦୁଇ ସମ୍ପର୍କୀୟ ଗିରଫ

51

ମୁନିଗୁଡା ୧୪-୨ (ଓଡ଼ିଆ ପୁଅ/ସୁକାନ୍ତ ବେହେରା) ଚନ୍ଦ୍ରପୁରୁ ପୋଲିସ୍ ଜାଲରେ ଚୋରା ଗଞ୍ଜେଇ ଵେପାରୀ କିଙ୍ଗପିନ୍ ସାଜିଥିବା ବାପ ପୁଅ ସମେତ ଦୁଇ ସମ୍ପର୍କୀୟ ଗିରଫ। ପ୍ରାୟ ୯ କ୍ୱିଣ୍ଟାଲ ରୁ ଅଧିକ ଗଞ୍ଜେଇ ଜଵତ। ସୂଚନା ମୁତାବକ ରାୟଗଡା ଜିଲ୍ଲା ଵିଷମକଟକ ଏସ ଡି ପି ଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଅଳ୍ପଦିନ ମଧ୍ୟରେ ଯାହା ବିଗତ ଅଧିକାରୀ ମାନେ କରିପାରି ନ ଥିଲେ ତାହା ଏବେ କାର ଏସ୍ ଡି ପି ଓ ଶ୍ରୀ ସାହୁ ଥାନା ଅଧିକାରୀ ଓ କର୍ମଚାରୀଙ୍କୁ ଆପଣାଇ ଗଞ୍ଜେଇ ଚୋରା ଚାଲାଣ ଧରିବାରେ ସଫଳତାପରେ ସଫଳତା ହାସଲ କରି ପୋଲିସ୍ ବିଭାଗ ପାଇଁ ଏକ ଆଦର୍ଶ ପାଲଟିଵାକୁ ଯାଉଛନ୍ତି। ଯାହାକି ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଏକ ପରିବାରର ବାପ ପୁଅ ଗଞ୍ଜେଇ ଚୋରାଚାଲାଣ କରି ଆସୁଥିଲେ। ତେଣୁ ଏହି ବେପାର ଦିନକୁ ଦିନ ବୃଦ୍ଧି ପାଇ ଆନ୍ତରାଜ୍ୟ ବେପାରୀ ସହିତ ଡିଲ କରି ଗୁଡାରୀ ମୁନୀଗୁଡା ର କେତେଜଣ ସ୍ଥାନୀୟ ବ୍ୟବସାୟ ଓ ନିର୍ଦ୍ଦିଷ୍ଟ ଦୁଇଜଣ ଯେକି ନିଜକୁ ସାମ୍ଵାଦିକ ଵୋଲି ପରିଚୟ ଦେଇ ଏହି ଵେପାରରେ ସାମିଲ ଥିଲେ। ଏପରିକି ବାପପୁଅ କେତେଥର ଜେଲ ଯାଇ ଥିଵା ବେଳେ ପୁଅ ନିକଟରେ ଜେଲରୁ ଫେରିଥିଲେ ମଧ୍ୟ ବେପାର ଛାଡିନଥିଲେ ମୁନିଗୁଡା ଗୋବର୍ଦ୍ଧନ ରେ ରହି ଗଞ୍ଜେଇ ଵେପାର ଚଳାଉଥିଲେ। ଗଞ୍ଜେଇ ମାଫିଆ ଙ୍କୁ ଧରିବାରେ ଏସ ଡିପିଓ ଙ୍କ ମନ୍ତ୍ର କାମ ଦେଉଥିବାରୁ ତାଙ୍କ ଜାଲରେ ଛନ୍ଦିହେଉଛନ୍ତି ଗଞ୍ଜେଇ ଚାଲାଣ କାରୀ। ପୂର୍ଵଭଳି ଏ ଏସ ଡିପିଓ ଙ୍କ ପାଖରେ ଗଞ୍ଜେଇ ଦଲାଲଙ୍କ ଔଷଧ କାମ ଦେଉନୀ କି ପାଖ ପସି ପାରୁନାହାନ୍ତି। ଚନ୍ଦ୍ରପୁରୁ ଅଞ୍ଚଳର ଚୋରାଚାଲାଣ ଗଞ୍ଜେଇ ଵେପାରର ମୂଳ ଉତ୍ପାଟନ କରିବା ଲକ୍ଷ୍ୟରେ ଏସଡିପିଓ ଶ୍ରୀ ସାହୁ ଦୁଇଦିନ ପୂର୍ବରୁ ଚନ୍ଦ୍ରପୁରୁ ଅଞ୍ଚଳରେ ରାତିଦିନ ଚନ୍ଦ୍ରପୁରୁ ଆଇ ଆଇ ସି ଓ ପୋଲିସ ଟିମ୍ ସହ ଜଙ୍ଗଲିଆ ଗ୍ରାମ ମାନଙ୍କରେ ବୁଲି ପ୍ରାୟ ୯ କୁଇଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ବାପ ପୁଅ ଓ ତାଙ୍କ ସମ୍ପର୍କୀୟ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଧରାପଡିଥିବା ଵେପାରୀଙ୍କ ସହିତ ଏହି ବ୍ୟବସାୟୀକ ସମ୍ପର୍କ ଥିବା ମୁନିଗୁଡା ର ପୁଜକ ସହ ଅନ୍ୟ କେତେକ ଲୋକ ସମ୍ପୃକ୍ତ ଥିବା ତଦନ୍ତ କରାଗଲେ ଲୋକଲୋଚନକୁ ଆସିପାରନ୍ତି ଵୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.