Home ଓଡ଼ିଶା ଚୋରା ଖଣି ଉପରେ ଚାନ୍ଦପୁର ପୋଲିସ୍ ର ଚଢାଉ, ୧୫ଜଣଙ୍କ ନାମରେ ମାମଲା ରୁଜୁ.

ଚୋରା ଖଣି ଉପରେ ଚାନ୍ଦପୁର ପୋଲିସ୍ ର ଚଢାଉ, ୧୫ଜଣଙ୍କ ନାମରେ ମାମଲା ରୁଜୁ.

31

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ନୟାଗଡ ଜିଲ୍ଲ୍‌ା ଧଳାଜହର କାରବାର ସାଙ୍ଗକୁ ଚୋରା ମାଙ୍କଡାପଥର ଖଣି ଖନନ ଚାଲିଥିବାରୁ ନୟାଗଡ ଜିଲ୍ଲ୍‌ା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ଘୋର୍ ଉଦେ୍‌ବେଗ ପ୍ରକାଶ କରିଛନ୍ତି । ତେଣୁ ନୟାଗଡ ଜିଲ୍ଲ୍‌ାରେ ଚାଲିଥିବା ଚୋରା ଖଣି ବନ୍ଦ କରିବା ସହ ଧଳାଜହର କାରବାର ବନ୍ଦ କରିବା ପାଇଁ ଜିଲ୍ଲ୍‌ାର ସମସ୍ତ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମିରଂଜନ ଦାସ ଚାନ୍ଦପୁର ଥାନା ଅଂଚଳର ଚାଲିଥିବା ମୟୁଝାଲିଆ ର ବୋରବରଝର ଓ ଚମ୍ପାଗଡ ଗ୍ରାମପଂଚାୟତ ର କୁକୁଡାଝରୀ ଚୋରା ମାଙ୍କଡାପଥର ଖଣି ଉପରେ ବ୍ୟାପକ ଚଢାଉ କରିଛନ୍ତି ।

ସହରାଂଚଳରେ ଲକ୍ ଡାଉନ୍ ଯୋଗୁଁ ଖଣିକୁ  ଗାଡି ଆସୁନଥିବା  ଯୋଗୁଁ ଚଢାଉ ସମୟରେ ଖଣି ଖନନ ବନ୍ଦ ଥିଲା । ତେଣୁ କାହାରିକୁ ଧରାଯାଇ ପାରିନାହିଁ । କିନ୍ତୁ ପୋଲିସ୍ ୧୫ଜଣ ଧାରାବାହିକ  ଭାବେ ଅଭ୍ୟାସଗତ ଚୋରା ପଥର କାଟୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ୍ କରିଛି । ସ୍ଥାନୀୟ ତହସିଲ୍‌ଦାର୍‌ଙ୍କୁ ମଧ୍ୟ ଚୋର ମାନଙ୍କର ତାଲିକା ଦେବାପାଇଁ କୁହାଯାଇଅଛି । ଚାନ୍ଦପୁର ଥାନା କେସ୍ ନମ୍ବର୍‌-୬୦ ବ୍ୟବହାର କରାଯାଇ ଭାରତୀୟ ପେନାଲ୍ କୋଟ୍ ୧୧୦ ଧାରାରେ ସେମାନଙ୍କ ନାମରେ ମାମଲା ରୁଜୁ କରାଯିବା ପାଇଁ ସ୍ଥିର କରାଯାଇଛି ବୋଲି ଚାନ୍ଦପୁର ଥାନା ଇନିସ୍‌ପେକ୍ଟର୍ ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି । କିଛି ଅଭ୍ୟାସଗତ ଖଣି ଚୋରଙ୍କ ଘର ଉପରେ ଚଢାଉ କରାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ରହିଥିଲେ । ପଟିଆ ଗ୍ରାମପଂଚାୟତ କଦମ୍ ଝୋଲା ଓ କୁଶପଲ୍ଲା ଅଂଚଳରେ ଚାଲିଥିବା ଚୋରା ମାଙ୍କଡାପଥର ଖଣି ଉପରେ ଚଢାଉ କରିବା ଫଳରେ ଚୋରା ଖଣି ବନ୍ଦ ହୋଇଥିବା ଜଣାପଡିଛି । ମୟୁଝାଲିଆ ଚମ୍ପାଗଡ ଅଂଚଳରେ ପୋଲିସ୍ ର ଏଭଳି ଚଢାଉ ଏକ ଭୟର ବାତାବରଣ ସୃଷ୍ଟି କରିଛି । କାରଣ ଏହି ଅଂଚଳରେ ଅନେକ ଯୁବ ଗୋଷ୍ଠୀ ଚାକିରି ବାକିରି କାମଧନ୍ଦା ନ ପାଇ ମାଙ୍କଡା ପଥର କାଟି ଜିବୀକା ନିର୍ବାହ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.