Home ଜିଲ୍ଲା ପରିକ୍ରମା ଚୁଡ଼ାକୁଟିରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଏନଏସି ଅଧ୍ୟକ୍ଷା ଅନୁପସ୍ଥିତ ସମସ୍ତଙ୍କୁ ଚକିତ କରିଛି

ଚୁଡ଼ାକୁଟିରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା, ଏନଏସି ଅଧ୍ୟକ୍ଷା ଅନୁପସ୍ଥିତ ସମସ୍ତଙ୍କୁ ଚକିତ କରିଛି

6

ଭଦ୍ରକ, ୪ା୧୧ (ଓଡିଆ ପୁଅ / ସ୍ନିଗ୍ଧା ରାୟ)- ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କ୍ରମେ ରାଜ୍ୟବ୍ୟାପୀ ଜନସମ୍ପର୍କ ପଦଯାତ୍ରାର ଅଂଶ ଭାବେ ଧାମନଗର ବ୍ଲକ ବିଜେଡ଼ି ପକ୍ଷରୁ ଚୁଡ଼ାକୁଟି ଅଞ୍ଚଳରେ ଏକ ବିଶାଳ ପଦଯାତ୍ରା ଓ ସଧାରଣ ସଭା ଅନୁଷ୍ଠିତ ହୋଇଛି। ଦଇପୁର ଠାକୁରପାଟଣା ଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ହଜାର ହଜାର ପୁରୁଷ ଓ ମହିଳା କର୍ମୀ ମିଶି ଉତ୍ସାହର ସହିତ ଇନ୍ଦ୍ରମଣି ହାଇସ୍କୁଲ ସମ୍ମୁଖ ସମ୍ମୁଖ ସଭାସ୍ଥଳରେ ପହଂଚିଥିଲେ। ସଭାରେ ବକ୍ତାମାନେ ବିଜେଡ଼ି ସରକାରଙ୍କ ୨୪ ବର୍ଷର ସୁଶାସନ, ଜନକଲ୍ୟାଣମୂଳକ ଯୋଜନା ଓ ଲୋକମୁଖୀ ପରିଚାଳନାର ଉଲ୍ଲେଖ କରିଥିଲେ। ସେହି ସମୟରେ, ବିଜେପିର ଦେଢ଼ ବର୍ଷର ଶାସନକୁ ନିଶାନା କରି ବକ୍ତାମାନେ ରାଜ୍ୟରେ ହୋଇଥିବା ମୂଲ୍ୟବୃଦ୍ଧି, ଅପରାଧ ଓ ଦୁର୍ନୀତି ବିଷୟରେ ତୀକ୍ଷ୍ଣ ଆକ୍ରୋଶ ପ୍ରକାଶ କରିଥିଲେ। ଧାମନଗର ବ୍ଲକ ବିଜେଡ଼ି ପଦଯାତ୍ରା ଉତ୍ସାହ, ଏକତା ଓ ସଂଗଠନଶକ୍ତିର ପ୍ରତିକ ବୋଲି ନେତାମାନେ କହିଛନ୍ତି।ଏଥିରେ ବ୍ଲକ ବିଜେଡ଼ି ସଭାପତି ପ୍ରତାପ ସାମଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତା ଡା. ସଞ୍ଜୟ ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ, ସାରଦା ପ୍ରସନ୍ନ ସାହୁ, ଉମେଶ ମହାନ୍ତି, ସୁଶାନ୍ତ ରାଉତ, ସରପଞ୍ଚ ସରିତା ମହାନ୍ତି, ସୀତାକାନ୍ତ ମିଶ୍ର, ନରେନ୍ଦ୍ର ନାରାୟଣ ନାୟକ, ଅକ୍ଷୟ ଜେନା, ଅଜୟ ମଲ୍ଲିକ, ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ, ଜ୍ଞାନ ମହାକୁଡ଼, ସୁଦୀପ୍ତ ଖଟୁଆ, ବୈଦେହୀ ବେହେରା, ଦୟାନିଧି ମିଶ୍ର, ଲକ୍ଷ୍ମୀପ୍ରିୟା ପତି, ଜ୍ୟୋତିରାଜ ନାୟକ ଓ ଗୌରାଙ୍ଗ ଦାଶ ସହିତ ବିଭିନ୍ନ ପଞ୍ଚାୟତ ସଭାପତି ଓ କର୍ମୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷେ ବିଜେଡି ଏନଏସି ଅଧ୍ୟକ୍ଷା ନିବେଦିତା ଜେନାଙ୍କ ଅନୁପସ୍ଥିତ ଧାମନଗର ବିଜେଡିକୁ ଚକିତ କରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.