Home ଜିଲ୍ଲା ପରିକ୍ରମା ଚିହ୍ନଟ ୫୮, ସୁସ୍ଥ ୧୩୧, ୮୯୯ ଆକ୍ରାନ୍ତ ଚିକିତ୍ସାଧିନ

ଚିହ୍ନଟ ୫୮, ସୁସ୍ଥ ୧୩୧, ୮୯୯ ଆକ୍ରାନ୍ତ ଚିକିତ୍ସାଧିନ

72

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲ୍ଲାରୁ ଆଉ ୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁଦ୍ଧା ୪୩ ହଜାର ୧୫୯ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ୨୨୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧୮ଜଣ ସୁସ୍ଥ ହୋଇ ସାରିଥିବା ବେଳେ ବାକି ୮୯୯ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି । ଜିଲ୍ଲାରୁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଚାନ୍ଦବାଲି ବ୍ଲକର ଘଟପୁର ପଞ୍ଚାୟତରୁ ୧୩ଜଣ, ଧାମନଗର ବ୍ଲକର ବୟାଙ୍ଗଡିହି ପଞ୍ଚାୟତରୁ ଜଣେ, ତିହିଡି ବ୍ଲକର ବାହାବଳପୁର ପଞ୍ଚାୟତରୁ ଜଣେ, କାଁପଡା ପଞ୍ଚାୟତରୁ ୧୧ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ବ୍ଲକର ବିନାୟକପୁର ପଞ୍ଚାୟତରୁ ଜଣେ, ନରସିଂହପୁର ପଞ୍ଚାୟତରୁ ଜଣେ, ଇରମରୁ ୨ଜଣ, ଲକ୍ଷ୍ମୀଦାସପୁର ପଞ୍ଚାୟତରୁ ଜଣେ, ରାଜଘରପୋଖରୀ ପଞ୍ଚାୟତରୁ ୩ଜଣ, ବାସୁଦେବପୁର ପୌରପାଳିକାର ବାଲିନଗରରୁ ୨ଜଣ, ଭଦ୍ରକ ବ୍ଲକର ଗେଲପୁର ପଞ୍ଚାୟତରୁ ଜଣେ, ଅଣ୍ଢେଇପଲ୍ଲୀରୁ ୨ଜଣ, ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡର ୪ଜଣ, ୭ ନଂ ୱାର୍ଡରୁ ୨ଜଣ, ୪ ନଂ ୱାର୍ଡରୁ ଜଣେ, ୧୨ ନଂ ୱାର୍ଡରୁ ଜଣେ, ୧୬ ନଂ ୱାର୍ଡରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର ପଞ୍ଚାୟତରୁ ୫ଜଣ, ପାଟୁଳି ପଞ୍ଚାୟତରୁ ୨ଜଣ, ରଞ୍ଜିତ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନ୍ୟ ଜିଲ୍ଲା ବାଲେଶ୍ୱରରୁ ୨ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.