Home ଜିଲ୍ଲା ପରିକ୍ରମା ଚିଙ୍ଗୁଡି ଚାଷ ପ୍ଲାଣ୍ଟରେ ଏରିଏଟରରେ କଟି ଶ୍ରମିକ ମୃତ

ଚିଙ୍ଗୁଡି ଚାଷ ପ୍ଲାଣ୍ଟରେ ଏରିଏଟରରେ କଟି ଶ୍ରମିକ ମୃତ

103

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ତେନ୍ତୁଳିଡିହି ପଂଚାୟତରେ ଘଟିଛି ଏକ ଅଘଟଣ । ସ୍ଥାନୀୟ ଓରାସାହି ପଂଚାୟତ ନେଢୁଆଳି ଗାଁର ହାଡିବନ୍ଧୁ ମାଝୀ ଓ ତାଙ୍କ ପୁଅ ତେନ୍ତୁଳିଡିହି ପଂଚାୟତର ଏକ ଘରୋଇ ଚିଙ୍ଗୁଡି ପ୍ଲାଣ୍ଟରେ କାର୍ଯ୍ୟ କରୁଥିଲେ । ହାଡିବନ୍ଧୁ ଚିଙ୍ଗୁଡି ଫାର୍ମରେ ବ୍ୟବହୃତ ଏରିଏଟରେ କାର୍ଯ୍ୟ କରୁଥିବା ସମୟରେ ତାଙ୍କ ଗୋଡ ଲାଗିଯିବାରୁ ଗୁପ୍ତାଙ୍ଗ ଏରିଏଟରରେ ମାଡ ହେବା ଫଳରେ ଘଟଣାସ୍ଥଳରେ ସଂଜ୍ଞାହୀନ ହୋଇପଡିଥିଲେ । ପରେ ତାଙ୍କୁ ସ୍ଥାନୀୟ ମେଡିକାଲ ଆଣିବା ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ଚାନ୍ଦବାଲି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.